STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ବୃଷ୍ଟି ହେବ ଶୁଭାଶିଷ ନୂତନ ବର୍ଷେ

ବୃଷ୍ଟି ହେବ ଶୁଭାଶିଷ ନୂତନ ବର୍ଷେ

1 min
330


       (  ରାଗ:- ବଙ୍ଗଳା ଶ୍ରୀ )


ଜଗତର ନାଥ ଜୟ ଜଗନ୍ନାଥ 

ରାଷ୍ଟ୍ରେ ରାବ ରାମ ନାମ

ଦର୍ଶନ କରିବା ପ୍ରଭୁ ବାଲ୍ୟରୂପ 

ହେବ ତହୁଁ ଶୁଭ କର୍ମ !!


ମଙ୍ଗଳମୟ ଯେ ହୋଇବ ଧରିତ୍ରୀ

କରୁଣା ହେବ ରାମଙ୍କ

ଅପାର କୀର୍ତ୍ତିଯେ ରାଷ୍ଟ୍ରକୁ ମିଳିବ 

ଦର୍ଶନେ ବାଲ୍ୟ ପ୍ରଭୁଙ୍କ !!


ଶାସନ ପ୍ରଣାଳୀ ରାମରାଜ୍ୟ ପରି

ଶୁଭାରମ୍ଭ  ନୂଆ  ବର୍ଷ

ଯହୁଁ ସମଭାବ ପ୍ରେମ ପ୍ରୀତି ଶ୍ରଦ୍ଧା

ଥିବେ ଯେ ପ୍ରଜା ହରଷ !!


ଗୌରବର ଗାଥା ରଚିତ କରିବ

ପରା ଏ ନୂଆ ଭାରତ

ଯୁବ ଯୁବତୀ ଆତ୍ମନିର୍ଭରଶୀଳ

କରିବେ ରାମ ଜଡ଼ିତ !!


ଧନ୍ୟ ଯହୁଁଭକ୍ତ ଦେଖିବାଲ୍ୟରୂପ

ବହୁ ତପସ୍ୟାର ଫଳ

ଅମୃତର କାଳ ଭାରତେ ଆସିଛି

ହେବ ଉନ୍ନତି ପ୍ରବଳ !!


ରାମଙ୍କ ପଡ଼ିବ ପରା ଶୁଭାଶିଷ 

ଦେଶ ହେବ ଲକ୍ଷ୍ମୀପୂର୍ଣ୍ଣ

ଦୁଃଖ ଅନାଟନ ଏଠି ଘୁଞ୍ଚି ଯିବ

ହେବ ଟି ନବନିର୍ମାଣ !!


କୀର୍ତ୍ତି ତ୍ରେତୟାର ହେବ ଶୁଭାରମ୍ଭ

ହେବ ରାଷ୍ଟ୍ରହିତେକାର୍ଯ୍ୟ

ନୂଆ ଯୁଗ ଏହୁ ଅମୃତ ଏ କାଳ

ବଢ଼ିବ ଦେଶ ଐଶ୍ୱର୍ଯ୍ୟ !!


ସ୍ବପ୍ନ ରାମରାଜ୍ୟ ନିଶ୍ଚୟ ସାକାର

ନାହଁ ଯେ କିନ୍ତୁ ପରନ୍ତୁ

ହୋଇଲା ପ୍ରାରମ୍ଭ ନୂଆବର୍ଷଠାରୁ 

ଗର୍ବିତ କର୍ମେ ହୁଅନ୍ତୁ !!




Rate this content
Log in

Similar oriya poem from Abstract