STORYMIRROR

Bidutprabha Mishra

Inspirational Others Children

4  

Bidutprabha Mishra

Inspirational Others Children

ବରଷକ ବାର ମାସ

ବରଷକ ବାର ମାସ

1 min
351

ବରଷକ ବାରମାସ

ଛଅଋତୁଏକ ବର୍ଷ 

ଆସ କୁନା କୁନି ଶିଖିବା ଆମେରେ

କେଉଁ ଋତୁ କେଉଁ ମାସ l


ବୈଶାଖ ଓ ଜ୍ୟେଷ୍ଠ ଟିରେ 

ସୂର୍ଯ୍ୟ ତାପପ୍ରଖରରେ 

ଗ୍ରୀଷ୍ମ ଋତୁ ତାକୁ କୁହାଯାଇଥାଏ

ଉତ୍ତାପ ବଢଇ ଖରେ l


ଆଷାଢ଼ ଶ୍ରାବଣ ଦୁଇ

ବର୍ଷା କାଳ ଅଟେ ସେହି

କଳା କଳା ମେଘ ଆକାଶରେ ଭାସେ 

ମେଘ ବର୍ଷେ ରହି ରହି l


ଖାଲ ସ୍ଥାନ ଥାଏ ଯହିଁ

ଜଳରେ ପୂରଇ ସେହି

ଦର୍ଦୁର ମାନେ ରାବ କରିଥାନ୍ତି

କେତେ ଯେ ଆନନ୍ଦ ହୋଇ l


ଭାଦ୍ରବ ଆଶ୍ୱିନ ଆସେ

ଆକାଶ ନିର୍ମଳ ଦିଶେ

ଶରତ ଋତୁସେ ଦୁର୍ଗା ମାଆ ଙ୍କର

ପୂଜା ହୁଏ ଭକ୍ତି ବସେ l


କାର୍ତ୍ତିକ ଓମାର୍ଗଶିର

ହେମନ୍ତ ନାମଟି ତାର 

ସକାଳ ସ୍ନାହାନ ଲକ୍ଷ୍ମୀଙ୍କ ପୂଜନ

ଚିତା ପଡେ ଘର ଦ୍ୱାର ।


ପୌଷ ଓ ମାଘକୁ ନେଇ

ଶୀତ ଋତୁ ଆସିଥାଇ

ଉତ୍ତରୁ ଶୀତୁଆ ପବନ ବହଇ

ଦେହକୁ ଦିଏ ଥରାଇ l


ଫାଲଗୁନ ଆଉ ଚଇତ୍ରେ 

ବସନ୍ତ ଋତୁ ଆସନ୍ତେ

କୋଇଲି ଗାଅଇ ପଞ୍ଚମ ସ୍ଵନରେ

ମନ ଖୁସି ହୁଏ କେତେ l


ନାନା ଜାତି ଫୁଲ ଫୁଟେ

ବଉଳ ମହକ ଛୁଟେ

ରାଧାକୃଷ୍ଣ ଙ୍କର ବିମାନ ବୁଲଇ 

ଫଗୁ ଖେଳ ହୁଏ କେତେ l


ବାର ମାସେ ଛଅ ଋତୁ

ଏଇ ମିତି ଆସୁଥାନ୍ତୁ 

ଋତୁ ଅନୁଯାୟୀ ଦେହ ଆମ ଜଗି

ଚଳିବା ବିଧିର ମତେ l


Rate this content
Log in

Similar oriya poem from Inspirational