STORYMIRROR

Pratima Satpathy

Abstract

4  

Pratima Satpathy

Abstract

ବର୍ଷାରାଣୀ

ବର୍ଷାରାଣୀ

1 min
312

ରାଗ - ଚୋଖି


କଳା ମେଘି ପାଟ ପିନ୍ଧି, ହାତରେ ନାଇ ମେହେନ୍ଦି

   ପାଦ ଛମ ଛମ କରି ବର୍ଷା ସୁନ୍ଦରୀ

ବିଜୁଳି ଗହଣା ତାର, ଘଡ ଘଡି ଅଟେ ବାଣ

   କଳା ବାଦଲ ସାଙ୍ଗରେ ବିବାହ କରି

      ସାଜିବ ସେ ତାର ଘରଣୀ

  ନାମଟି ସାର୍ଥକ ହେବ ବରଷା ରାଣୀ।


ବାଦଲ ରାଜାର ରାଣୀ, ଭିଜେଇ ଦେବ ଧରଣୀ

    ନିରସ ତରୁରେ ସଞ୍ଚରିବ ପରାଣ

ଚାରୁ ସୁଷମାରେ ଧରା, ଶସ୍ୟ ଶ୍ୟାମଳାରେ ଭରା

    ନାନା ଜାତି କୁସୁମରେ ହେବ ମଣ୍ଡନ

        ବାସନାରେ ଭୃଙ୍ଗ ବିହ୍ଵଳ

  ମଧୁ ପାନ କରିବ ସେ ହୋଇ ବ୍ୟାକୁଳ।


ନଦନଦୀ ପୁଷ୍କରିଣୀ, ତଡାଗ, କୂପରେ ପାଣି

   ପୃଥବୀର ଜଳକଷ୍ଟ ଦୂର କରିବ

ପଶୁପକ୍ଷୀ ଜଳଜୀବ, ମାନଙ୍କ ଦୁଃଖ ଲାଘବ

   ବେଙ୍ଗ ବେଙ୍ଗୁଲୀଙ୍କର ସଭା ବସିବ

      ନିରବି ଯିବ ପୀକ ସ୍ଵନ

ଚାତକ ପକ୍ଷୀ ଆନନ୍ଦ ଦେଖିଲେ ଘନ।


ଚାଷୀ ଭାଇର ହରଷ, କରିବ ଆନନ୍ଦେ ଚାଷ

    ଅମଳ କରିବ ତାର ସୁନା ଫସଲ

ହସିବ ସୁନାର କ୍ଷେତ, କରିବ ବିବାହ ବ୍ରତ

    ହିସାବ କରି ଚଳିବ ସାରା ବରଷ

       ଧୀବର ର କୂଳ ବେଉସା

  ମାଛ ମାରିପରିବାର ଚଳିବା ନିଶା।


ବରଷା ଅଧିକ ହେଲେ ବନ୍ୟା ଆସିଯାଏ ହେଳେ

   ଉଜୁଡି ଯାଏ ଚାଷୀର ଆଶା ଭରସା

ବରଷା ନ ହେଲେ ପୁଣି, ବଞ୍ଚିବେନି କେହି ପ୍ରାଣୀ

   ମଙ୍ଗଳକାରୀ ଅଟଇ ଏହି ବରଷା

     ଜଳ ସଂରକ୍ଷଣ କରିବା

  ଅପ ବ୍ୟବହାର ପାଇଁ ସତର୍କ ହେବା।


Rate this content
Log in

Similar oriya poem from Abstract