ବରଷାର ପାଗଳାମି
ବରଷାର ପାଗଳାମି
ମେଘ ଆସେ
ସବୁ କଣ ବରଷାରେ ଭାସେ
କେତେ ଶୁଖିଲା ଆଉ ଶୁଷ୍କତା ମନଟା
କେବେ ବାଜି ପାହାଡରେ ଝରେନା ବରଷାଟା
କେବେ ଫେରେ ଖାଲି ହାତରେ
କେବେ ଆସେ ଶୂନ୍ଯ ହୃଦୟରେ
କେତେ ଇଚ୍ଛା ଦେବାର
କେବେ ପୁଣି ଗଭୀର ପ୍ରେମର
କେତେ ଭାସିଯାଏ
କେତେ ଉଡିଯାଏ
କେବେ ବସିରହେ
କେତେ ମନରେ କଥା କହେ
କେତେଥର ଛନ ଛନ ମନରେ ଛନ୍ଦି
କେବେ ସେ ଉଡେ ମନ କଥା ନ ଫାନ୍ଦି
ତଥାପି ଆଶା ରଖେ ବରଷିବ
କେବେ ଏଇଠି ନ ହେଲେ ସେଇଠି ଛୁଇଁବ
ଆକାଶର ଛୁଆଁରେ ନିଜର ପ୍ରେମର ପ୍ରତୀକ
ଧରା ଦେବ ସବୁ ନିଜର ହରାଇବ ଶତକ
ଦୁଃଖ ନାହିଁ କାରଣ ସେ ଭଲପାଏ
ତାରି ଛୁଆଁରେ ହଜି ନିଜକୁ ତାକୁ ଖୋଜିନିଏ
ଏଥର ରାଣ ପକାଇବ ଆଉ ଏଠାକୁ ଆସିବାକୁ ଠାରିବ
ଆଉ ନ ଆସିଲେ ମନରେ ରୋଷ ନ ଧରିବ
ସେ ଉଡୁଥାଉ ଏମିତି ପବନର ଲହରୀରେ
ପ୍ରେମ ନ ପାଇ ପାଗଳ ହେଉ ଏ ବେଳାରେ
ସମ୍ଭାର ସମସ୍ତ ଆଣି ଆସିଥିଲା କେତେ ଭଲପାଏ ବୋଲି
ସେ କଣ ଜାଣିଥିଲା ସମ୍ପର୍କରେ ଥରକୁ ଥର ଆସିବ ଖାଲି
ମନକୁ ବୁଝାଇ ପ୍ରେମର ଭାଷା ପଢିବ
ଏଥର ଆଉ ପ୍ରେମରେ ହାରିବା ଜିତିବା ଛାଡିବ
