STORYMIRROR

Sandhya Rani Panigrahy

Abstract

3  

Sandhya Rani Panigrahy

Abstract

ବରଷାର ପାଗଳାମି

ବରଷାର ପାଗଳାମି

1 min
188

ମେଘ ଆସେ

ସବୁ କଣ ବରଷାରେ ଭାସେ

କେତେ ଶୁଖିଲା ଆଉ ଶୁଷ୍କତା ମନଟା

କେବେ ବାଜି ପାହାଡରେ ଝରେନା ବରଷାଟା

କେବେ ଫେରେ ଖାଲି ହାତରେ

କେବେ ଆସେ ଶୂନ୍ଯ ହୃଦୟରେ

କେତେ ଇଚ୍ଛା ଦେବାର

କେବେ ପୁଣି ଗଭୀର ପ୍ରେମର 

କେତେ ଭାସିଯାଏ

କେତେ ଉଡିଯାଏ

କେବେ ବସିରହେ

କେତେ ମନରେ କଥା କହେ

କେତେଥର ଛନ ଛନ ମନରେ ଛନ୍ଦି 

କେବେ ସେ ଉଡେ ମନ କଥା ନ ଫାନ୍ଦି 

ତଥାପି ଆଶା ରଖେ ବରଷିବ

କେବେ ଏଇଠି ନ ହେଲେ ସେଇଠି ଛୁଇଁବ

ଆକାଶର ଛୁଆଁରେ ନିଜର ପ୍ରେମର ପ୍ରତୀକ 

ଧରା ଦେବ ସବୁ ନିଜର ହରାଇବ ଶତକ

ଦୁଃଖ ନାହିଁ କାରଣ ସେ ଭଲପାଏ

ତାରି ଛୁଆଁରେ ହଜି ନିଜକୁ ତାକୁ ଖୋଜିନିଏ

ଏଥର ରାଣ ପକାଇବ ଆଉ ଏଠାକୁ ଆସିବାକୁ ଠାରିବ

ଆଉ ନ ଆସିଲେ ମନରେ ରୋଷ ନ ଧରିବ 

ସେ ଉଡୁଥାଉ ଏମିତି ପବନର ଲହରୀରେ

ପ୍ରେମ ନ ପାଇ ପାଗଳ ହେଉ ଏ ବେଳାରେ

ସମ୍ଭାର ସମସ୍ତ ଆଣି ଆସିଥିଲା କେତେ ଭଲପାଏ ବୋଲି 

ସେ କଣ ଜାଣିଥିଲା ସମ୍ପର୍କରେ ଥରକୁ ଥର ଆସିବ ଖାଲି

ମନକୁ ବୁଝାଇ ପ୍ରେମର ଭାଷା ପଢିବ 

ଏଥର ଆଉ ପ୍ରେମରେ ହାରିବା ଜିତିବା ଛାଡିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract