STORYMIRROR

GAGAN KUMAR DASH

Romance

4  

GAGAN KUMAR DASH

Romance

ବର୍ଷାକୁ ନାହିଁ କି ଭରସା

ବର୍ଷାକୁ ନାହିଁ କି ଭରସା

1 min
199


ବସନ୍ତ ଋତୁର ଅଝଟିଆ ଖରା

ଆମ୍ରବନରେ କୋଇଲିର ଗୀତ

ଆଉ ବକୁଳର ମହମହ ବାସ୍ନା

ପତ୍ର ଝଡି ଯାଏ

ଅଦିନିଆ ବାତ୍ୟା ପବନରେ

ଗଛଟା ନିଜତ୍ବ ହରାଇ 

ନିସ୍ବ ହୋଇଯାଏ

ରହିଯାଏ ପତ୍ରହୀନ ଥୁଣ୍ଟା ଗଛଟା

ଆକାଶକୁ ଅନାଇ

କେତେବେଳେ ତା ବର୍ଷା ଆସିବ ।


ମଣିଷର ବିବାହିତ ଜୀବନ

ଜଞ୍ଜାଳର କଷାଘାତରେ

ମନ ପବନର ଅହେତୁକ 

କୋଣାର୍କ ସୃଷ୍ଟିକରେ

ଅନେକ ଅନେକ ଜିଜ୍ଞାସା

ଚିନ୍ତର ଯତୁ ଗୃହେ ବସି

ଗଢ଼ଇ ତାଜମହଲର ଆଶା

କେତେବେଳେ ପଲ୍ଳବିତ ହେବ

ଆସିବ କି ବର୍ଷା ।


ଅନେକ ସ୍ବାର୍ଥତା ଭିତରେ

ପରାଧୀନ ବେକାରୀ ଜୀବନ

ଅଗଣିତ ଆଶା ଓ ଭରସାରେ

ବ୍ୟତିବ୍ୟସ୍ତ ହୋଇଯାଏ

ଦିବସରେ ତାରା ଗଣେ

ଏକାକୀ ବସି ଯାତ୍ରୀ ଆଶ୍ରୟସ୍ଥଳୀରେ

ବିବାହିତ ଜୀବନର ମୃତ୍ୟୁ ବଳୟରେ

ଅନେକ ଭାବେ

ସତରେ କ'ଣ

ବର୍ଷାକୁ ନାହିଁ କି ଭରସା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance