ବର୍ଷାକୁ ନାହିଁ କି ଭରସା
ବର୍ଷାକୁ ନାହିଁ କି ଭରସା
ବସନ୍ତ ଋତୁର ଅଝଟିଆ ଖରା
ଆମ୍ରବନରେ କୋଇଲିର ଗୀତ
ଆଉ ବକୁଳର ମହମହ ବାସ୍ନା
ପତ୍ର ଝଡି ଯାଏ
ଅଦିନିଆ ବାତ୍ୟା ପବନରେ
ଗଛଟା ନିଜତ୍ବ ହରାଇ
ନିସ୍ବ ହୋଇଯାଏ
ରହିଯାଏ ପତ୍ରହୀନ ଥୁଣ୍ଟା ଗଛଟା
ଆକାଶକୁ ଅନାଇ
କେତେବେଳେ ତା ବର୍ଷା ଆସିବ ।
ମଣିଷର ବିବାହିତ ଜୀବନ
ଜଞ୍ଜାଳର କଷାଘାତରେ
ମନ ପବନର ଅହେତୁକ
କୋଣାର୍କ ସୃଷ୍ଟିକରେ
ଅନେକ ଅନେକ ଜିଜ୍ଞାସା
ଚିନ୍ତର ଯତୁ ଗୃହେ ବସି
ଗଢ଼ଇ ତାଜମହଲର ଆଶା
କେତେବେଳେ ପଲ୍ଳବିତ ହେବ
ଆସିବ କି ବର୍ଷା ।
ଅନେକ ସ୍ବାର୍ଥତା ଭିତରେ
ପରାଧୀନ ବେକାରୀ ଜୀବନ
ଅଗଣିତ ଆଶା ଓ ଭରସାରେ
ବ୍ୟତିବ୍ୟସ୍ତ ହୋଇଯାଏ
ଦିବସରେ ତାରା ଗଣେ
ଏକାକୀ ବସି ଯାତ୍ରୀ ଆଶ୍ରୟସ୍ଥଳୀରେ
ବିବାହିତ ଜୀବନର ମୃତ୍ୟୁ ବଳୟରେ
ଅନେକ ଭାବେ
ସତରେ କ'ଣ
ବର୍ଷାକୁ ନାହିଁ କି ଭରସା ।।