Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Abstract

4  

Sanjya Tripathy

Abstract

ବର୍ଷା

ବର୍ଷା

1 min
407



ବର୍ଷା ଆସିଛି

ରୌଦ୍ରତପ୍ତ ଧରାବକ୍ଷରେ ଆଶ୍ଵସ୍ତିର ସଂଦେଶ

ନେଇ

ବିକ୍ଷୁକ୍ତ ମାନସିକତାରେ ଶାନ୍ତିର ପ୍ରଲେପ ଦେଇ

କାଗଜଡଙ୍ଗା ଓ ସାଧବ ବୋହୁର ଲୁଚକାଳି

ଖେଳ ଡେଇଁ ।

ବର୍ଷା ଆସିଲା

ମହାବାତ୍ୟା, ଭୂକମ୍ପ ଓ ମହାମରୁଡିର ପ୍ରଲମ୍ବିତ

ପୃଷ୍ଠଭୂମିରେ

ସୁବିଧାବାଦୀ ରାଜନୀତିର ସମ୍ଭାବ୍ୟ ପଟ୍ଟ

ପରିବର୍ତ୍ତନରେ

ତତଲାଗଡ଼ ରାଜରାସ୍ତାରେ ହା-ପାଣି

ଆର୍ତ୍ତନାଦରେ ।

ବର୍ଷା ଆସିଥାଏ

ପ୍ରାଚୁର୍ଯ୍ୟ ଓ ପରାଭବର ଶାନ୍ତିପୂର୍ଣ୍ଣ

ସହାବସ୍ଥାନରେ

ସ୍ତୁପୀକୃତ ଅଳନ୍ଧୁର ପ୍ରସ୍ତାବିତ ନିଷ୍କାସନରେ

ବିଦଗ୍ଧ ପ୍ରେମିକର ବେମୁରା ରାଗିଣୀରେ ।

ବର୍ଷା ଆସିବ

ପରମ୍ପରା ଓ ପ୍ରଥା ବିହୀନ ଚଳଣିର

ପରିପୃଷ୍ଟତାରେ

ପ୍ରଲୁବ୍ଧ ପଡ଼ଙ୍ଗର ପ୍ରିୟାର ପଣତରେ

ରାତିସାରା ଖରା ଓ ଦିନତମାମ ତାରା ଗଣିବାର

ଅଜବ ଖିଆଲରେ ।


Rate this content
Log in

Similar oriya poem from Abstract