STORYMIRROR

Yudhisthir Khamari

Abstract

2  

Yudhisthir Khamari

Abstract

ବର୍ଷା

ବର୍ଷା

1 min
103


କେବେ ଆଣେ ପୁଲକ ମନରେ

ସୃଷ୍ଟି କରେ ଶିହରଣ

ମନ ନାଚି ଉଠେ ମନଭରି ତିନ୍ତି ବାକୁ

ଏକାନ୍ତରେ ପ୍ରେମିକା ସାଥିରେ

ଗୋଟିଏ ଛତାତଳେ ଚାଲିବାକୁ

ଉଣ୍ଡୁଥାଏ ସୁଯୋଗ ପ୍ରେମିକ

ବର୍ଷା ଭିଜା ସ୍କୁଲ ଫେରନ୍ତା ଝିଅ ଟି

ନିଜର ଯୈ।ବନ କୁ ଦେଖି ଲାଜାଇ ଯାଏ

କେବେ ବର୍ଷା ପାଇଁ ଚାହିଁ ରହେ ଆକାଶକୁ

ଚଷିବାକୁ ମାଟି

ଫଳାଇବାକୁ ଫସଲ

ଯୋଗାଇବାକୁ ଅନ୍ନ,ଅନ୍ନଦାତା

ଆଉ କେବେ ଅତି ବର୍ଷା ନାଶଇ ସକଳ

ଉଜୁଡେ ଫସଳ

ଜଳମଗ୍ନ ହୁଏ

ଜମି ଭୂମି ଆଉ ବାସସ୍ଥାନ

ଶବ୍ଦ ଶୁଭେ ସଭିଙ୍କ ମୁହଁ ରେ

ଓଃ କି ବର୍ଷା !

ଥମନ୍ତାନି

କେତେ ନୟାନ୍ତ କଲାଣି ଏ ବର୍ଷା

ସତରେ ବର୍ଷା

କେବେ ଆସୁ ପ୍ରେମିକା ଟିଏ ହୋଇ

କେବ ଆସୁ ଉପହାର ହୋଇ

ତ କେବେ କା ପାଇଁ ଦୁଃଖର ସାଗର ଟିଏ ହୋଇ

ଯାହା ହେଉ ତୁ ତ ମଙ୍ଗଳମୟୀ

କରୁ ତୃଷ୍ଣା ନିବାରଣ ଧରିତ୍ରୀ ମାତାର

ସୃଷ୍ଟି କରୁ ସବୁଜ ପୋଷାକ

ନାଚି ଉଠେ ମୋ ପୃଥିବୀ ମାତା

ସଂଜିବନୀ ପାଏ ତୋହରି ସ୍ପର୍ଶରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract