ବର୍ଷା
ବର୍ଷା
କେବେ ଆଣେ ପୁଲକ ମନରେ
ସୃଷ୍ଟି କରେ ଶିହରଣ
ମନ ନାଚି ଉଠେ ମନଭରି ତିନ୍ତି ବାକୁ
ଏକାନ୍ତରେ ପ୍ରେମିକା ସାଥିରେ
ଗୋଟିଏ ଛତାତଳେ ଚାଲିବାକୁ
ଉଣ୍ଡୁଥାଏ ସୁଯୋଗ ପ୍ରେମିକ
ବର୍ଷା ଭିଜା ସ୍କୁଲ ଫେରନ୍ତା ଝିଅ ଟି
ନିଜର ଯୈ।ବନ କୁ ଦେଖି ଲାଜାଇ ଯାଏ
କେବେ ବର୍ଷା ପାଇଁ ଚାହିଁ ରହେ ଆକାଶକୁ
ଚଷିବାକୁ ମାଟି
ଫଳାଇବାକୁ ଫସଲ
ଯୋଗାଇବାକୁ ଅନ୍ନ,ଅନ୍ନଦାତା
ଆଉ କେବେ ଅତି ବର୍ଷା ନାଶଇ ସକଳ
ଉଜୁଡେ ଫସଳ
ଜଳମଗ୍ନ ହୁଏ
ଜମି ଭୂମି ଆଉ ବାସସ୍ଥାନ
ଶବ୍ଦ ଶୁଭେ ସଭିଙ୍କ ମୁହଁ ରେ
ଓଃ କି ବର୍ଷା !
ଥମନ୍ତାନି
କେତେ ନୟାନ୍ତ କଲାଣି ଏ ବର୍ଷା
ସତରେ ବର୍ଷା
କେବେ ଆସୁ ପ୍ରେମିକା ଟିଏ ହୋଇ
କେବ ଆସୁ ଉପହାର ହୋଇ
ତ କେବେ କା ପାଇଁ ଦୁଃଖର ସାଗର ଟିଏ ହୋଇ
ଯାହା ହେଉ ତୁ ତ ମଙ୍ଗଳମୟୀ
କରୁ ତୃଷ୍ଣା ନିବାରଣ ଧରିତ୍ରୀ ମାତାର
ସୃଷ୍ଟି କରୁ ସବୁଜ ପୋଷାକ
ନାଚି ଉଠେ ମୋ ପୃଥିବୀ ମାତା
ସଂଜିବନୀ ପାଏ ତୋହରି ସ୍ପର୍ଶରେ ।