ବର୍ଷା
ବର୍ଷା
କାହାପାଇଁ କବିତା ।
କାହାପାଇଁ ରୋମାଣ୍ଟିକ କଳ୍ପନା ।
କାହା ପାଇଁ ଝଙ୍କାର ,ଆଣେ ମୂର୍ଚ୍ଛନା ।
କିଏ ନାଚେ ହୋଇ ଆତ୍ମହରା ।
କିଏ ଦେଖେ ବୁନ୍ଦା ବୁନ୍ଦା ପାଣିରେ ପ୍ରିୟାର ଓଦା ଚେହେରା ।
ବର୍ଷା ଭିଜା ମାଟି, କାହାକୁ ଦିଏ ସୁଗନ୍ଧ ମଧୁଭରା
ସେ କାହା ପାଇଁ ସ୍ୱର୍ଗର ଅପସରା ।
ମୋ ପାଇଁ କେବେଳ ସେ ବାରିଧାରା ।
ବର୍ଷେ ଯିବେ ଆଣି ମୁଷଳଧାରା ।
ମୋ ଝାଟିମାଟି କୁଡିଆକୁ ଭାଙ୍ଗି ମୋତେ କରେ ସର୍ଵହରା ।
ଧନ ସଂକଟୁ ...
ଏସନ ଘର ଛାଉଣୀ କରି ପାରି ନାହିଁ ମୁହିଁ ,
ଭିତରୁ ଦିଶୁଥିଲା ଚାନ୍ଦ ଆଉ ତାରା ।
ତୁମ ଆଗମନେ ସମର୍ପି ଦେଇଛି ମୋ ଘର
ଆଉ ଅଗଣାରେ କଂସା, ତାଟିଆ, ଥାଳି ,ମାଣ୍ଡିଆ ଆଉ ଗରା ।
ତୁମର ସେ ଢଳ ଢଳ ରୂପ ମୋର ଲୋଡ଼ା ନାହିଁ ପରା ।
ଜାଣିଛି ତୁମେ ଶୁଭାକାଂକ୍ଷି ନୁହଁ ମୋର ,
ମୋର ମାଟି କାନ୍ଥ ଉପରେ ଦାଉ ସାଧିବ,
ମୃଦୁ ଆଭାସ ପାଇଛି ଅପାସୁରା ।
ନାଁ ମେଣ୍ଟେଇ ପାରିବ ତୁମେ କାହା ଶୋଷ, ଅମ୍ଳରେ ତ ଭରା ।
ଚାହେଁ ନାହିଁ ତୁମର ଅହରହ ପହରା ।
ଚାଲି ଯାଅ ଯଥା ଶୀଘ୍ର ଅନ୍ୟତ୍ର
କର ନାହିଁ ମୋତେ ବାସ ହରା ।
✍ବଳରାମ ବାରିକ ।