STORYMIRROR

Prafulla Chandra Mishra

Romance

4  

Prafulla Chandra Mishra

Romance

ବରଷା ଯେବେ ଆସେ

ବରଷା ଯେବେ ଆସେ

1 min
7


ବରଷା ଆସିଲେ ମଉସୁମୀ ତାର ମେଘ ପଣତ କୁ ଢାଙ୍କି

ଆସଇ ପରାଚି ଆକାଶେ ସଞ୍ଜରେ ଇନ୍ଦ୍ରଧନୁ ଚିତ୍ର ଆଙ୍କି

କେକା କୁଜନ ରେ ଚନ୍ଦ୍ରିକା ତୋଳି ପ୍ରେମ ଆତୁରେ ବିଳସେ

ପହିଲି ଆଷାଢ଼େ ରଜବତୀ ରସା କଦମ୍ବ ମୁକୁଳେ ହସେ ।।


ବରଷା ଆସିଲେ ସାଧବ ବୋହୁ ତା ନାଲି ମଖମଲି ପାଟ

ଘାସ ଗାଲିଚାରେ ଲାଜ ଲାଜ ହୋଇ ବାଢିଛି ପ୍ରେମର ହାଟ  

ନିଶବଦ ଝିଇଁ ଝିଙ୍କାରି ଶବଦ ଭେକ ଙ୍କ କର୍କଶ ରବ

ସଞ୍ଜରେ ଖଦ୍ୟୋତ ଆଲୋକ ଝଲସେ ଦୃଶ୍ୟ ଚିତ୍ର ଅଭିନବ ।।


ପହିଲି ପରଶ ଶୀତଳ ଛୁଆରେ ମନେ ପ୍ରେମ ମାଦକତା

କିଟ ରୁ ପତଙ୍ଗ ଏ ଜୀବ ଜଗତ ରତିକ୍ରାନ୍ତ ଉତ୍ସୁକତା

ଦାରୁଣ ନାଦଘେ କଙ୍କର କଙ୍କାଳ (ଅବା) ମୃତ ସୁଧା ସଞ୍ଜିବନୀ

ଚାତକ ଜୀବନ ବରଷା ଆସିଲା ସଙ୍ଗେ ଘେନି ମଉସୁମୀ ।।


ବଦଳାଇ ଦିଏ ପ୍ରକୃତି ରୂପକୁ ଏ ବରଷା ଯେବେ ଆସେ

ପ୍ରେମ ପ୍ରମତ୍ତ ପ୍ରଣୟୀ ପୂଣ୍ୟବତୀ ମଧୁର ମଞ୍ଜୁଳେ ରସେ ।।



Rate this content
Log in

Similar oriya poem from Romance