STORYMIRROR

Nibedita Panda

Inspirational

4  

Nibedita Panda

Inspirational

ବର୍ଷା ଯେବେ ଆସେ

ବର୍ଷା ଯେବେ ଆସେ

1 min
6

ଥିରି ଥିରି ପାଦେ ଆସିଲା ମୈାସୁମୀ

    ସରିଲା ଗ୍ରୀଷ୍ମର ଭାଉ,

ନିଦାଘ ଏଥର ଯିବ ଅପସରି

     ଦାଉ ସାଧିବନି ଆଉ।


ନିଜ ବାଟ ଧରି ବାହୁଡି ଯିବ ସେ

    ମୈାସୁମୀର ପରଶରେ,

ସବୁ ଟାଣ ତାର ନରମି ତ ଯିବ

    ଆଦ୍ୟ ବର୍ଷା ପ୍ରଭାବରେ।


ପହିଲି ଆଷାଢ ପ୍ରବେଶ ମାତ୍ରକେ

   ଗ୍ରୀଷ୍ମର ଆୟୂଷ କମେ,

ଭିଜା ମାଟି ବାସ୍ନା ମନୋରମ ଭାରି

    ଆଶ୍ବସ୍ତିରେ ମନ ଝୁମେ।


ଶୀତଳ ସମୀର ଛୁଇଁ ଦେଇଯାଏ

     ସବୁରି ମନ ପରାଣ,

ସାରି ଦିଏ ସେତ ଗ୍ରୀଷ୍ମର ଭାଉ

     ବିଞ୍ଚି ଥଣ୍ଡା ସମୀରଣ।


ଆକାଶୁ ଝରଇ ବୁନ୍ଦା ବୁନ୍ଦା ପାଣି

    ସୂର୍ଯ୍ୟଙ୍କ ନଥାଏ କୋପ,

ମେଘୁଆ ଆକାଶେ ବାଦଲ ଭାସଇ

     ବିଜୁଳି ପ୍ରକାଶେ ରୂପ।


ନିଦାଘ ଜ୍ଵାଳାରେ ଅସହ୍ୟ ବେଳାରେ

     ମନେ ପ୍ରାଣେ ଭରି ତୃପ୍ତି ,

ପ୍ରକୃତି ରାଣୀକୁ ହସାଏ ମୈାସୁମୀ

    ଆଗମନେ ବାଣ୍ଟି ପ୍ରୀତି।


ପ୍ରକୃତି ପୁରୁଷ ମିଳନ ସଂଯୋଗେ

    ପୂର୍ଣ୍ଣ ଗର୍ଭା ହୁଏ ମହୀ,

ଶସ୍ୟ ପରିପୂର୍ଣ୍ଣା ସବୁଜ ଶ୍ୟାମଳା

    ଖାଦ୍ୟାଭାବ ରହେ ନାହିଁ ‌।


ଗ୍ରୀଷ୍ମର ନିଦାଘେ ଶୁଖି ଥିବା ନଦୀ

    ହୋଇ ଉଠେ ଜଳପୂର୍ଣ୍ଣ ,

ନିଦାଘର ଭାଉ ସରି ଯାଇଥାଏ 

     ତାପରୁ ମୁକ୍ତି ସମ୍ପୁର୍ଣ୍ଣ।


   


Rate this content
Log in

Similar oriya poem from Inspirational