ବର୍ଷା ଯେବେ ଆସେ
ବର୍ଷା ଯେବେ ଆସେ
ନୀଳ ଆକାଶରେ ଯେବେ
କଳାହାଣ୍ଡିଆ ମେଘ ଘୋଟେ
ଜଳେ, ସ୍ଥଳେ ସମୀରଣେ
ଖୁସିର ଲହରୀ ଛୁଟେ l
ବିଜୁଳି, ଘଡଘଡିର ବାଜା
ଓ ରୋଷଣୀ ନେଇ
ବରଷା ରାଣୀ ଝରେ
ରିମଝିମ ସ୍ୱର ତୋଳି l
ଉତ୍ତପ୍ତ ଧରା ଶୀତଳ
ପରସ ଦେହେ ଲଭେ
ନିଦାଘ ତାତିର ଅସହ୍ୟ
ଜ୍ୱଳନ ମନୁ ଲିଭେ l
ପ୍ରକୃତି ରାଣୀ ଟାଣି
ସବୁଜିମାର ଓଢଣୀ ହସେ
ଚଉଦିଗେ ଭିଜା ମାଟିର
ବାସ୍ନାରେ ମହମହ ବାସେ l
ବର୍ଷା ଯେବେ ଆସେ
ପରିପୂର୍ଣ୍ଣ ନଦୀ ପୁଷ୍କରିଣୀ
ଚଉଦିଗ ଲାଗେ ସ୍ୱଚ୍ଛ
ସ୍ନାନ କରେ ଧରଣୀ l।