ବର୍ଷା ର ସେହି ହାଲକା ଛୁଆଁ
ବର୍ଷା ର ସେହି ହାଲକା ଛୁଆଁ
ବର୍ଷା ର ସେଇ ହାଲକା ଛୁଆଁ
ତୁମ ସ୍ପର୍ଶ ପରି ମନେ ହୁଏ କିଆଁ ।
ବରଷା ଥମିଲା ବିଜୁଳି ଥମିଲା
ତୁମ ପ୍ରେମ ସାଥୀ ମୋ ମନୁ ନ ଲିଭିଲା ।
କାହିଁକି ଆସିଥିଲ ଜୀବନେ ମୋର
ମୌସୁମି ର ରୂପ ନେଇ ।
ଆସିଥିଲ ଯଦି ଚାଲି ଗଲ କିଆଁ
ହାତ କୁ ମୋ ଛାଡି ଦେଇ ।
ଫଗୁଣ ରେ ତୁମ ଫଗୁ ରଙ୍ଗ ଛିଟା
ଏମିତି ଦେହେ ମୋ ବୋଳିଲ ।
କେମିତି ଛାଡ଼ିବ ସେ ଛିଟା ପ୍ରେମ ର ହୋଲି
ଦେହେ ମୋ ବୋଳା, ତୁମ ରଙ୍ଗ ଗୋଲାପି ନାଲି ।
କାହିଁକି ଆସିଲ ଜୀବନେ ମୋର
ମୌସୁମି ର ରୂପ ନେଇ ।
ଆସିଥିଲ ଯଦି ଚାଲିଗଲ କିଆଁ
ହାତକୁ ମୋ ଛାଡି ଦେଇ ।
ମନ ପ୍ରଜାପତି ତୁମ ପାଖେ ବୁଲେ
ମୋ କଥା ରେ ସେ ରହେ କି ସ୍ଥିରେ ।
ବସନ୍ତ ର ମଳୟ ପବନେ
ନାଚି ନାଚି ବୁଲେ ନୀଳ ଗଗନେ ।
ପବନ ର ସେ ହାଲ଼୍କା ଆଉଁସା
ତୁମ ସ୍ପର୍ଶ ପରି ମନେ ହୁଏ କିଆଁ ।
କାହିଁକି ଆସିଲ ଜୀବନେ ମୋର
ମୌସୁମି ର ରୂପ ନେଇ ।
ଆସିଥିଲ ଯଦି ଚାଲି ଗଲ କିଆଁ
ହାତ କୁ ମୋ ଛାଡି ଦେଇ ।
ବର୍ଷା ର ସେଇ ହାଲକା ଛୁଆଁ
ତୁମ ସ୍ପର୍ଶ ପରି ମନେ ହୁଏ କିଆଁ ।
ପବନ ର ସେ ହାଲ଼୍କା ଆଉଁସା
ତୁମ ସ୍ପର୍ଶ ପରି ମନେ ହୁଏ କିଆଁ ।

