STORYMIRROR

Karna Gahir

Abstract

3.3  

Karna Gahir

Abstract

ବର୍ଷା ନା ଅମୃତ ଝର

ବର୍ଷା ନା ଅମୃତ ଝର

1 min
284


କହ

କିଏ ତମେ ?

ତୁମେ ଆସିବାରୁ

କାନ୍ଦି ବୋବାଳେ

ସବା ସାନ ପୁଅ ମୋର

ତିଆରି ନ ଦେବାରୁ

କାଗଜର ତୁଚ୍ଛ ଡଙ୍ଗାଟିଏ

ଆଉ ଝିଅ ବି ଜିଦ୍ ଧରି ମାଗେ

ରଂଗୀନ୍‌ ଛତ। ଟିିଏ  ॥

  

ଆହୁରି ଦେଖିଛି

ତମେ ନ ଆସିଲେ ଚାଷୀ କାନ୍ଦେ

କାନ୍ଦେ ସାରା ଜୀବଜଗତ ।

   

ପୁରାଣ କହେ..

ତୁମେ ପରା ଇନ୍ଦ୍ର ଅଧିନରେ

ଏଇ ବିଜ୍ଞାନ କହେ

ତମେ ସମୁଦ୍ରରୁ ଘନିଭୂତ

ମେଘପାଲିଙ୍କିରେ ଅଧିଷ୍ଠିତ

ବୃଷ୍ଟିପାତ ...ଖାଲି ବୃଷ୍ଟିପାତ ।।


ସତରେ ତମେ 

ବର୍ଷା ନା ଅମୃତ ଝର

କେଉଁ ସରଗର

କୁହ. . . କୁହ. . . କୁହ..

କେଉଁ ସରଗର ॥


Rate this content
Log in

Similar oriya poem from Abstract