ବର୍ଷା ମୋ ପ୍ରିୟା
ବର୍ଷା ମୋ ପ୍ରିୟା
ଭିଜିବାକୁ ବେଶୀ ଇଚ୍ଛା ହୁଏ ବୋଲି
ବରଷାକୁ ଭଲ ପାଏ।
ଖରା ଛାଇ ତଳେ ଲୁଚି ଲୁଚି
ଆସି ଦେହକୁ ଭିଜେଇ ଦିଏ ।
କାହିଁକି ନା....
ମୋତେ ବେଶି ଭଲ ପାଏ ॥0॥
ନିଶବ୍ଦ ରାତିରେ ଅନ୍ଧାର ଭିତରେ
ତା’ ପାଦ ନୁପୁର ଶୁଣି ।
ନିଦ ଭାଙ୍ଗେ ସିଏ କହିବାକୁ କିଛି
ପାରେ ନାହିଁ ମୁଁ ଜାଣି ॥
ଜାଣିବା ଆଗରୁ ମନ କଥା ତାର
ରାତିଟା ତ ପାହିଆ ଯାଏ ॥୧॥
ବରଷା ମୋ ପ୍ରିୟା ଭରଷାର ସାଥି
ନିଦାଘ ଶେଷରେ ଆସେ ।
ଜାତନା ଭରା ଏ ମନ ପରାଣକୁ
ହସ ଭରି ମନ ତୋଷେ ॥
ବାସନ୍ତ ଆସିବା ଆଗରୁ କାହିଁକି
ଅଭିମାନେ ଚାଲିଯାଏ ॥୨॥