ବରଷା ଲୋ ବେଗେ ଆ
ବରଷା ଲୋ ବେଗେ ଆ
ଗୀରିଷମ କହେ ବରଷା ଲୋ
ଆ' ବେଗେ ଆ' ତୁ
ଫେରିବାର ବେଳ ହୋଇଗଲା
ଫେରିଯିବି ଏବେ ମୁଁ ।।
ସୂରୁଯ କିରଣ କଲି ଟାଣ
ଶୁଖାଇଲି ନଈ ନାଳ
ପାଣି ପାଇଁ ପଡେ ହାହାକାର
ଗଛ ଲତା ଶୁଖି ଜାଳ ।।
ବାଟୋଇ ଭାଇକି ଅଯଥାରେ
ବହୁତ କଷଣ ଦେଲି
କାହିଁକି ଏମିତି କଲି ବୋଲି
ପରେ ବସି ଭାଳି ହେଲି ।।
ମୋ ଦାଉରେ ପୁଣି ଖାଲ ବିଲ
ମାଟି ଫାଟି କଲା ଆଁ
ଦି'ପହରରେ ବାଟ ଘାଟ
ଲାଗିଲା ଯେ ଖାଁ ଖାଁ ।।
କାହାରି ମୁହଁରେ ପାରିଲିନି
ବୁହାଇ ହସର ଧାର
ଯାତନା ଦେଇଛି ଯାହା ଯାହା
ଭାବେ ଆଜି ବାରବାର ।।
ଭୁଲିବେ ଯାତନା ଜୀବକୁଳ
ଆସିଲେ ବରଷା ତୁ
ମନ ଆଉ ଏଠି ଲାଗୁନାହିଁ
ଫେରି ତ ଯାଉଛି ମୁଁ ।।
ବାରି ବରଷାଇ ଆକାଶରୁ
ଧରାକୁ ସଜେଇ ଦେ'
ସବୁରି ମନରୁ ଗୀରିଷମ
ଦୁଃଖ ଯେତେ ହରି ନେ' ।।