ବର୍ଷା,ଖରା ,ଛାଇ
ବର୍ଷା,ଖରା ,ଛାଇ
ସୁରୁଜ ଉହୁଁକି
ଟିକିଏ ମୁରୁକି
ଖେଳନ୍ତି ଲୁଚକାଳି ପରା
ଲଘୁଚାପ ଗଲା
ଅବପାତ ହେଲା
ନିର୍ଧୁମ ବର୍ଷିଲା
ପୁଣି
ବିଛେଇ ପଡିଲା ଖରା।
ଏ ଆମ ଜୀବନ ସେମିତି
ଟିକେ ବର୍ଷା
ଟିକେ ଛାଇ
ଟିକେ ଖରା।
ଦୂର ଆକାଶର ତାରା
ସୁଖ ଜୀବନେ ସେମିତି ପରା
ମିଟି ମିଟି କରୁଥାଇ
ଦୂର ଗଗନରେ ରହି
ଦେଇ ଆଖି ଠାର
ଦୌଡାଇ ମଣିଷେ ମାରେ।
ସପନ ପରିକା ସୁଖ
ଆଖି ଖୋଲି ଦେଲେ ନାହିଁ
ବାସ୍ତବ ଜୀବନେ ତାକୁ
ମଣିଷ ଝୁରି ମରଇ
କାହିଁକି ଆଖି ଖୋଲିଲି
ସପନ ଗଲା ମୋ ଠୁ ଦୁରେଇ
ମଣିଷ ମୋହ ମାୟାରେ ଛନ୍ଦି ହୋଇ
ମୋର ମୋର ରଡି ଛାଡ଼ଇ।