STORYMIRROR

Satyabati Swain

Classics

4  

Satyabati Swain

Classics

ବର୍ଷା,ଖରା ,ଛାଇ

ବର୍ଷା,ଖରା ,ଛାଇ

1 min
468

ସୁରୁଜ ଉହୁଁକି

ଟିକିଏ ମୁରୁକି

ଖେଳନ୍ତି ଲୁଚକାଳି ପରା

ଲଘୁଚାପ ଗଲା

ଅବପାତ ହେଲା

ନିର୍ଧୁମ ବର୍ଷିଲା

ପୁଣି

ବିଛେଇ ପଡିଲା ଖରା।


ଏ ଆମ ଜୀବନ ସେମିତି

ଟିକେ ବର୍ଷା

ଟିକେ ଛାଇ

ଟିକେ ଖରା।


ଦୂର ଆକାଶର ତାରା

ସୁଖ ଜୀବନେ ସେମିତି ପରା

ମିଟି ମିଟି କରୁଥାଇ

ଦୂର ଗଗନରେ ରହି

ଦେଇ ଆଖି ଠାର

ଦୌଡାଇ ମଣିଷେ ମାରେ।


ସପନ ପରିକା ସୁଖ

ଆଖି ଖୋଲି ଦେଲେ ନାହିଁ

ବାସ୍ତବ ଜୀବନେ ତାକୁ

ମଣିଷ ଝୁରି ମରଇ

କାହିଁକି ଆଖି ଖୋଲିଲି

ସପନ ଗଲା ମୋ ଠୁ ଦୁରେଇ

ମଣିଷ ମୋହ ମାୟାରେ ଛନ୍ଦି ହୋଇ

ମୋର ମୋର ରଡି ଛାଡ଼ଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics