STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ବର୍ଷା କାଳ

ବର୍ଷା କାଳ

2 mins
209



ମଉସୁମୀ ଆସି ଗଲାଣି ବରଷି ହସିଲା ଧରଣୀ ରାଣୀ,

ସାଧବ ବୋହୁର ମନ୍ଦା ତୋରା ନାଲି ଘାସ ପଡ଼ିଆରେ ପାଣି;

ଲଘୁ ଚାପ ସୃଷ୍ଟି ସାଗର ଢେଉରେ ବାତ୍ୟା ଭରା ମେଘମାଳି,

ଉଡିଲା ଆକାଶେ ବରଷିଲା ପାଣି ନିଦାଘ ଦାଉକୁ ଦଳି;

ଆସିଗଲା ମଉସୁମୀ;

ଉଛୁଳିଲା ମନ ପାଇ ଉପଶମ ପରଶ ବରଷା ରାଣୀ ।।


ସପନ ସୁନ୍ଦରୀ       ପରି ମେଘ ରାଣୀ

      ସଙ୍ଗେ ମୌସୁମୀ ଅବଳା'

ଆଛନ୍ନ କରିଲା    ଆଲୋଡିତ ମିଛ

        ସପନରେ ହଜାଇଲା;

ସହସା ଲୁଚିଲା    କେଦାରେ ଶୁଖୁଛି

        ଶଶ୍ୟ ଭୃଣ “କୃଷି ସ୍ଵପ୍ନ,

ଭାଙ୍ଗିଦେଇ ଆଜି”       ମଉସୁମୀର ତ

         ହଜିଲାଣି ଚିହ୍ନ ବର୍ଣ୍ଣ;

         ପ୍ରକୃତି ହୁଏ ଅଧୀର;

ହଜିଛି ପାଦପ          ଜଙ୍ଗଲ ଭୂଇଁରୁ

         ମାଟି ହେଉଅଛି କ୍ଷୟ ।।


ସୁନୀଳ ବନାନୀ ଖୋଜେ ମଉସୁମୀ ତା ବିହୁନେ ରୋଷ କରି,

ଲୁଚିଗଲା ଅବା ମୌସୁମୀ ସୁନ୍ଦରୀ ଧାତ୍ରୀକୁ ଗଲା ପାସୋରି;

ନିଦାଘ ଯାତନା ଅସହ୍ୟ ତାଡନା ସହିଛି ଧରଣୀ ରାଣୀ,

ମଉସୁମୀ ନବ ବାଳାର ବିଳାସ କକ୍ଷ ସୁନୀଳ ବନାନୀ; 

ନପାଇ ମୌସୁମୀ ବର୍ଷା;

ବନ୍ୟା ହେଉଥିଲା ମରୁଡି ହେଲାଣି ସୁପ୍ତ ହୋଇଯାଏ ରସା ।।


ଶ୍ରାବଣେ ଶ୍ରାବଣୀ    ରୂପେ ମଉସୁମୀ

    ଅବିରଳ ବର୍ଷା ଗୀତ, 

ଧାରା-ଶିରାବଣ    ଶୁଭେନାହିଁ କାହିଁ

   (ତା) ପାଦ ପାଉଞ୍ଜିର ଶଦ୍ଦ; 

ସବୁଜ ନବୀନ    ପଲ୍ଲଵ ଗହଳେ

   ଅବା ପରବତ ପରେ,

ଆନନ୍ଦ ଅଧୀରେ   ଆଶ୍ରୟ ନିଅଇ

   ଝରେ କେତେ କୁତୁହଳେ;

   ଭାଙ୍ଗିଛ ପାହାଡ଼ କେତେ;

ମନ୍ଦ,ଖଣ୍ଡ “ବୃଷ୍ଟି-   ପାତ” ଶ୍ରାବଣରେ

   ଚାତକର ତଣ୍ଟି ସୁଖେ ।।


ବରଷା ପାଇଁକି କବିତା ଲେଖିବା ଅଭିଜ୍ଞତା ଶ୍ରାବଣର,

ଶୁଭେନାହିଁ ବେଙ୍ଗ ହୁଳହୁଳି ସାରୁ ପତ୍ର ତଳ ବାହାଘର;

ସପନ ସମାନ ଲାଗେ ସେହି ଚିତ୍ର ଅଭିନବ ପ୍ରକୃତିର,

ଖଦ୍ୟୋତ ଆଲୋକେ ବର୍ଷଣ ଶ୍ରାବଣ ରାତି କେଡେ ଭୟଙ୍କର; 

ପ୍ରକୃତିକୁ ନାରଖାର;

କାହୁଁ ଆଉ ସେହି ଦୃଶ୍ୟବା କଳ୍ପନା ମିଛ ହେବ ସିନା ସାର ।।  


ନଦୀ ନାଳ ସରେ    ନୟନ ଯୋଡିରେ

  &

nbsp; ମୀନ ଖେଳ ବଗ ମାଳ,

ଡାହୁକର ହୁଟ      ମୟୂରର ନୃତ୍ୟ

    ପର୍ବତେ ଝରଣା ଧାର;

କୁଳୁକୁଳୁ ଶଦ୍ଦ      ଶ୍ରାବଣର ଗୀତ

    ରୋମାଞ୍ଚିତ କରେ ମନ,

ଡହଳ ବିକଳ     ହେଉଛି ପ୍ରକୃତି

    ନାହିଁ ମୌସୁମୀ ଶ୍ରାବଣ;

    ମୌସୁମୀର ଲୁଚକାଳି;

ଭାଙ୍ଗିଛ ପାହାଡ଼    କାଟିଲ ପାଦପ

    ଦେଖ ସବୁ ଯାଏ ଜଳି ।।


ରିମିଝିମି ବର୍ଷା ଆଷାଢ ଶ୍ରାବଣ ମୌସୁମୀ କରେ ବିହାର,

ଆଶ୍ଵିନ ଭାଦ୍ରବ ଶରତ ରେ ଝରେ ଜହ୍ନରୁ ମୁକ୍ତା ନିହାର;

ସବୁଜ ପତନୀ ପିନ୍ଧି କି ସୁନ୍ଦର ଦିଶେ କୃଷକ କେଦାର,

ଶ୍ରାବଣରେ ଆଜି ଟାଙ୍ଗରା ଭୂଇଁରେ ଆହା କେତେ ନାରଖାର;

ଦାଉ ସାଧଇ ପ୍ରକୃତି;

ଅସାଧାରଣ ୟେ ବୁଦ୍ଧିଆ ମଣିଷ ଡାକି ଆଣିଛି ବିପତ୍ତି ।।


ଋତୁ ମାନେ ସବୁ     ବଦଳି ଗଲେଣି

     ସ୍ଵାର୍ଥାନ୍ଧ ଦୁନିଆ ପାଇଁ,

ସବୁ ଋତୁ ଏବେ     ସମାନ ଲାଗୁଛି

    ଆମେ ସେଥିପାଇଁ ଦାୟୀ;

ବର୍ଷା କାଳ ରସା    ବର୍ଣ୍ଣନା କୁ ଭାଷା

    ପାଉନାହିଁ ଲେଖିବାକୁ,

ଇନ୍ଦ୍ରଧନୁ ସାତ     ରଙ୍ଗ ଆକାଶରେ

    ପଡୁନାହିଁ ଦେଖିବାକୁ;

    କାହିଁ ସେହି ବର୍ଷା କାଳ;

ଆକାଶରେ ଜହ୍ନ    ଦିଶଇ ମଳିଳ

    ପଡେନି ଚନ୍ଦ୍ର ମଣ୍ଡଳ ।।


ବେଳୁବେଳ ହୁଏ ଅସମ୍ଭାଳ ମହୀ ଆଉ ନାହିଁ ଆଗ ବେଳ

ଲହ ଲଙ୍ଗଳିଆ ଫୁଲ ଫୁଟୁ ନାହିଁ ନଈ ପଠା ଅସୁନ୍ଦର

କେଉଁ ଋତୁ କେବେ ଯାଉଛି ଆସୁଛି ଏମିତି ପ୍ରକୃତି ସ୍ଥିର

ହୋଇ ଯାଉଅଛି ଉତପ୍ତ ଧରଣୀ ଜୀବ ଜଗତ ଅସ୍ଥିର

ବରଷା କବିତା ପାଇଁ

ଅଭିଜ୍ଞତା ହୀନ ନର କି ଲେଖିବ ବୁଦ୍ଧି ବାଟ ପାଉନାହିଁ ।।


ବକାଳିକା ଘେରା    କଳାମେଘ ତୋରା

    ବିଜୁଳି ଆଲୋକ ଝସ,

ବାସବ କାର୍ମୁକ     ତଥି ପରେ ଶୋଭା

    ଦିଶଇ ନୀଳ ଆକାଶ;

ବରଷା ପବନ     ପାଇ ଜୀବ ଗଣ

    ଆହ୍ଲାଦିତେ ନୃତ୍ୟ କରେ ,

ସୁପ୍ତ ଭୃଣ ଯେତେ     ଅଙ୍କୁରିତ ହୁଏ

     ମଉସୁମୀ ପରଶରେ;

     ସେ ଦୃଶ୍ୟ ସବୁ ସପନ;

ଆଜିର ବରଷା      କାଳ ଏହିପରି

     ଯାହା କରିଲି


Rate this content
Log in

Similar oriya poem from Classics