STORYMIRROR

Sunanda Mohanty

Abstract Classics Thriller

3  

Sunanda Mohanty

Abstract Classics Thriller

ବରଷା କାଳ

ବରଷା କାଳ

1 min
155


ଭଷା ବାଦଲର ଛାଇ ନେଇ

ବରଷା ଆସୁଛି ଧାଇଁ

କେବେ ରିମଝିମ କେବେ ଟୁପୁଟୁପୁ

କଥା ସେ ଧରାକୁ ଦେଉଛି କହି

କେବେ ସେ ମୌସୁମୀ କେବେ ଆଶାଢ଼ୀ ll

ପଣତ ତାହାର ମେଘର ନଈ

ବେଙ୍ଗୁଲି ରାଣୀର ରଡି ଡାକଦିଏ ଘଡଘଡି

କାଗଜ ଡ଼ଙ୍ଗା ବର୍ଷାରେ ଯାଏ ବହି

କଳା କଳା ଚକାଡୋଳା ପରି ବଉଦ ଆକାଶେ ll

ମେଘ ସଵାରୀରେ ବରଷା ଆସେ ଘନେଇ

ଚଷା ଭାଇ ହାତ ଯୋଡି କହେ ରକ୍ଷା କର ଗୋସେଇଁ

ସାଧବ ବୋହୁଟା ନାଲି ପାଟେ ସଜ ହୋଇ

ଏପଟ ସେପଟ ଦେଖେଇ ହୁଅଇ ll

ସର୍ବ ଜନ ଡାକେ ଜଗତ ସାଇଁ

ରକ୍ଷାକାର ରକ୍ଷାକର ଭେଳା ଦିଅନା ବୁଡ଼ାଇ

ଅତିରୁ ଇତି ହେବାକୁ ଦିଅନା ଗୋସେଇଁ ll

କେବେ ବାତ୍ୟା ବନ୍ୟାରେ ଦାଉ ସାଜ କିମ୍ପାଇ

ମଣିଷ କରୁଛି ତୁଚ୍ଛା ବଡେଇ

ଦୁଇ ଦିନର କୁଣିଆ ହୋଇ

ବରଷା ବାତାସେ ବା କଲେ ବସା ଦୋହଲି ଯାଇ ll

ମଣିଷ ସଂସାର ପକ୍ଷୀ ନୀଡ଼ ଏଠି ମଣିଷ

ବୁଝୁନି ପ୍ରକୃତି ରାଗିଲେ ଧ୍ବଂସ ହୁଅଇ

ବରଷା କାଳରେ ଗିରିସମ ଯାଇ ll

ସବୁଜେ ସବୁଜିମା ପ୍ରକାଶ ପାଇ

ଜଗନ୍ନାଥ ଫେରି ମାଉସୀ ମାଆ ଘରୁ

ବଡ଼ମନ୍ଦିରେ ଗହଳ ଲାଗିଛି ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract