ବରଷା କାଳ
ବରଷା କାଳ
ଭଷା ବାଦଲର ଛାଇ ନେଇ
ବରଷା ଆସୁଛି ଧାଇଁ
କେବେ ରିମଝିମ କେବେ ଟୁପୁଟୁପୁ
କଥା ସେ ଧରାକୁ ଦେଉଛି କହି
କେବେ ସେ ମୌସୁମୀ କେବେ ଆଶାଢ଼ୀ ll
ପଣତ ତାହାର ମେଘର ନଈ
ବେଙ୍ଗୁଲି ରାଣୀର ରଡି ଡାକଦିଏ ଘଡଘଡି
କାଗଜ ଡ଼ଙ୍ଗା ବର୍ଷାରେ ଯାଏ ବହି
କଳା କଳା ଚକାଡୋଳା ପରି ବଉଦ ଆକାଶେ ll
ମେଘ ସଵାରୀରେ ବରଷା ଆସେ ଘନେଇ
ଚଷା ଭାଇ ହାତ ଯୋଡି କହେ ରକ୍ଷା କର ଗୋସେଇଁ
ସାଧବ ବୋହୁଟା ନାଲି ପାଟେ ସଜ ହୋଇ
ଏପଟ ସେପଟ ଦେଖେଇ ହୁଅଇ ll
ସର୍ବ ଜନ ଡାକେ ଜଗତ ସାଇଁ
ରକ୍ଷାକାର ରକ୍ଷାକର ଭେଳା ଦିଅନା ବୁଡ଼ାଇ
ଅତିରୁ ଇତି ହେବାକୁ ଦିଅନା ଗୋସେଇଁ ll
କେବେ ବାତ୍ୟା ବନ୍ୟାରେ ଦାଉ ସାଜ କିମ୍ପାଇ
ମଣିଷ କରୁଛି ତୁଚ୍ଛା ବଡେଇ
ଦୁଇ ଦିନର କୁଣିଆ ହୋଇ
ବରଷା ବାତାସେ ବା କଲେ ବସା ଦୋହଲି ଯାଇ ll
ମଣିଷ ସଂସାର ପକ୍ଷୀ ନୀଡ଼ ଏଠି ମଣିଷ
ବୁଝୁନି ପ୍ରକୃତି ରାଗିଲେ ଧ୍ବଂସ ହୁଅଇ
ବରଷା କାଳରେ ଗିରିସମ ଯାଇ ll
ସବୁଜେ ସବୁଜିମା ପ୍ରକାଶ ପାଇ
ଜଗନ୍ନାଥ ଫେରି ମାଉସୀ ମାଆ ଘରୁ
ବଡ଼ମନ୍ଦିରେ ଗହଳ ଲାଗିଛି ll
