Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Abstract Action

4.5  

Jayashree Maharana

Abstract Action

ବର୍ଷା ଝରେ

ବର୍ଷା ଝରେ

1 min
396


ଆଷାଢ଼ ବାଢ଼ିଛି ଭବ୍ୟ ସମ୍ବର୍ଦ୍ଧନା  ଉତ୍ସବ ମୁଖର ମହୀ

ଅସୀମ ଆନନ୍ଦେ ଆକାଶ ବୁକୁରୁ  ବର୍ଷା ଝରେ ଗୀତ ଗାଇ ।

ଡମ୍ବରୁ ନାଦରେ ବିଜୁଳି ରୋଷଣୀ  ମହ୍ଲାର ରାଗିଣୀ ସୁରେ

ପବନେ ପବନେ ନିନାଦିତ ପ୍ରେମ  ଶାଶ୍ୱତ ସେ ମୂର୍ଚ୍ଛନାରେ ।।


ମାଟି ଅଗଣାରେ ପ୍ରୀତିର କୈବଲ୍ୟ  ପବିତ୍ର ପୀୟୂଷ ଧାରା

ଶ୍ୟାମଳିମା ବଧୂ ସାଜିଛି ପ୍ରକୃତି   ତନୁ ସିକ୍ତ ଚିତ୍ର ତୋରା ।


ଅଭିସାର ପ୍ରାଣ ଭାବମଗ୍ନ ସତେ   ପ୍ରୀତିପୂର୍ଣ୍ଣ ଆଶ୍ଳେଷରେ

ଋତୁମତୀ ଶୋଭା ସୁରମ୍ୟ ମଞ୍ଜୁଳ  ମିଳନର ପାର୍ବଣରେ ।।


କୁସୁମ ମଞ୍ଜରୀ ବର୍ଣ୍ଣାଢ୍ୟ ଆସର  ଆକର୍ଷଣେ ମୁଗ୍ଧ ମନ

ଅପୂର୍ବ ମହକ ଚୌଦିଗେ ପ୍ଳାବିତ  ହୃଦୟେ ବିଭୋର ପଣ ।

ଭୂମିଠାରୁ ଭୂମା ସପ୍ତରଙ୍ଗ ଆଭା  ଇନ୍ଦ୍ରଧନୁ ପରଶରେ 

ମଧୁର ତୃପ୍ତିର ଝଙ୍କାର ତୋଳୁଛି   ପ୍ରତୀକ୍ଷିତ ସ୍ପନ୍ଦନରେ ।।


ଆବେଗ ଉଚ୍ଛ୍ୱାସ ଜଡିତ ଜୀବନେ ନିରାଶ ବିହୀନ ହର୍ଷ

ଝୁମିଯାଏ ମନ ନୃତ୍ୟରତା ପ୍ରାଣ  ଭୁଲି ଅତୀତର କ୍ଳେଶ ।


Rate this content
Log in