STORYMIRROR

Kabiratna Nutan Kumar Behera

Action Classics Inspirational

4  

Kabiratna Nutan Kumar Behera

Action Classics Inspirational

ବରଷା ବରଷେ ମନ ହରଷେ

ବରଷା ବରଷେ ମନ ହରଷେ

1 min
391


ଘୋଟି ଆସି ମେଘ ନୀଳ ଆକାଶେ

       ବରଷା ବରଷେ ମନ ହରଷେ,

ଟପଟପ ଜଳ ଉପରୁ ଖସେ

       ଖୁସିରେ ଚଷା ମନ ଦିଏ ଚାଷେ।


ମାରେ ବିଜୁଳି ସାଥେ ଘଡ଼ଘଡ଼ି

         ଅସରା ଅସରା ଦିଏ ଅଜାଡ଼ି,

ପାଣି ଉଛୁଳି ପଡ଼େ ବିଲ ବାଡ଼ି

      ନଈ ନାଳରେ ବଢ଼ି ଆସେ ମାଡ଼ି।


ନାଲି ଟୁକୁ ଟୁକୁ ସାଧବ ବୋହୂ

      ଟିକି ଦେହେ ଶିରୀ ଭରିଛି ସେହୁ,

ବେଙ୍ଗ ରଡ଼େ ସହି ବରଷା ଦାଉ

      କାଗଜ ଡଙ୍ଗା ଆନନ୍ଦେ ଭସାଉ।


ଖରା ତାତି ଯାଇ ଆରାମ ଆସେ

       ଚାରିଦିଗ ଶୋଭା ସବୁଜ ଦିଶେ,

ଆଶାରେ ମଣିଷ ଜୀବନ ହସେ

       ବରଷା ବରଷେ ମନ ହରଷେ।


ଭରି ଯାଏ ସୁନ୍ଦର ସବୁଜିମା

       ପ୍ରକୃତି ପ୍ରକାଶେ ତା'ର ସୁଷମା,

ବିଧାତାଙ୍କର ଅପୂର୍ବ ମହିମା

         ଧରିତ୍ରୀକୁ କରନ୍ତି ଅନୁପମା।

    


Rate this content
Log in

Similar oriya poem from Action