STORYMIRROR

Bidutprabha Mishra

Abstract Others

4  

Bidutprabha Mishra

Abstract Others

ବର୍ଷା ଭିଜା ଦିନ

ବର୍ଷା ଭିଜା ଦିନ

1 min
365


ଭିଜା ସକାଳ ର ରିମ ଝିମ ସ୍ଵରେ 

ନୟନୁ ଲିଭିନି କ୍ଲାନ୍ତି, 

ଧରଣୀ ଗାଧାଏ କଳା ମେଘ ତଳେ 

ଭିଜିଯାଏ ତାର ମାଟି l

ସୁରୁଜ ଆଲୁଅ ଧରା ବୁକୁ ପରେ 

ପଡିବ ପଡିବ ହୋଇ, 

କଳା ମେଘ ର ବାଦଲ ପରସ୍ତ 

ଭେଦିତ ପାରଇ ନାହିଁ l

ଧରଣୀମା ଖୋଜେ ସୁରୁଜ ଠିକଣା 

ବ୍ୟସ୍ତ ବିବ୍ରତ ମନେ, 

ତା ଜୀବ ଜଗତ ପାଇଁ ସେ ବ୍ୟଥିତ 

ଆଲୋକ ଧାରା ର ବିନେ l

ପଶୁ ପକ୍ଷୀ ମାନେ ଆହାର ନପାଇ

ତିନ୍ତି ବୁଡି ବୁଲୁଥାନ୍ତି,

ଅଧିକ ବରଷା ବଢାଏ ଦୁର୍ଦ୍ଦଶା

ଚାଷ କୁଆଣେ ବିପତ୍ତି l


ନୂପୁର ଲଗାଇ ନୃତ୍ୟ ଆଚରଇ 

ବରଷା ରାଣୀ ଗଗନେ, 

ଅତି ଜଳ ମାତ୍ରା ଆଣେ ମନେ ଚିନ୍ତା 

ଭସାଏ ଜଳ ପ୍ଳାବନେ l

ବରଷା ରେ ଭିଜା ଘାସର ଗାଲିଚା 

ସତେକି କାଲୁଆ ହୋଇ, 

ଛେଚା ବରଷା ରେ ମୁଣ୍ଡ କୁ ନୁଆଁଇ 

ମାଟିରେ ପଡିଛି ଶୋଇ l

ଗଛ ର ପତ୍ରରୁ ଝରି ପଡୁଥାଏ 

ବଡ଼ ବଡ଼ ଟୋପା ପାଣି, 

ବରଷା ସାଥ କୁ ହେମାଳ ପବନ 

ନଚାଉଛି ଜାଣି ଜାଣି l

ଫୁଲ ବଗିଚା ଟି ବେରଙ୍ଗ ଦିଶୁଛି 

ବରଷା ର ମାଡ଼ ଖାଇ, 

କଅଁଳ ତାହାର ଫୁଲର ପାଖୁଡା 

ପଡିଛି ତଳେ ବିଛେଇ l


ପଲ୍ଲୀର ବଧୂ ଟି ବରଷା ରେ ଭିଜି 

ଘର ର ପାଇଟି ସାରେ, 

ଆସୁ ଯେତେ ବାଧା ଅବା ଅସୁବିଧା 

ପ୍ରଭୁଙ୍କୁ ସ୍ମରଣ କରେ l


ସୂର୍ଯ୍ୟ ତ କେବେବି ଅଟକନ୍ତି ନାହିଁ 

ନ ଦିଶିଲେ ମଧ୍ୟ ସେହି, 

ଶିଖାନ୍ତି ମାନବେ ନ ରୁହ ଆଳସ୍ୟେ 

ବାଧା ଯେତେ ଥାଉ ରହି l

କଳା ବାଦଲ ଟି ଅପସରି ଯିବ 

ଢ଼ାଲିବେ ଆଲୋକ ଧାରା, 

ହସି ଉଠିବ ଏ ଧରଣୀ ମାଆ ଟି 

ହୋଇବ ଶୋକ ପାଶୋରା l


Rate this content
Log in

Similar oriya poem from Abstract