STORYMIRROR

ASHIS KUMAR SWAIN33

Romance Classics

4.8  

ASHIS KUMAR SWAIN33

Romance Classics

ବର୍ଷା ଆଗମନେ

ବର୍ଷା ଆଗମନେ

1 min
329


ତିତିକ୍ଷୁ ଧରଣୀ ଆତୁରେ ଖୋଜଇ ପରଷ,

ବିନିଦ୍ର ନୟନେ ଚାହିଁ ଚାହିଁ ଗଲା ବରଷ !

ନିଦାଘ ତପତେ କ୍ଲିଷ୍ଟ ଅପଘନ

ଲଭଇ ତୃପ୍ତ, ସ୍ପର୍ଶ ମାତ୍ରେ ବର୍ଷାର ଆଲିଙ୍ଗନ !!


ମଞ୍ଜୁଳ ନଭେ କଳାପ ବିସ୍ତାରି,

କାଦମ୍ବିନୀ କୋଳେ କରେ ଲୋଳ ନର୍ତ୍ତନ !!

ମୟୁଖ ସଂଚରି କ୍ଷଣପ୍ରଭା ସଙ୍ଗ ଅଶନି ଗରଜେ,

ବାହିଦିଏ ମନ୍ଦ ମନ୍ଦ ଶୀତଳ ପବନ ।।


ଶୁଷ୍କ ସଲିଳ ଆଳୟେ ଶୁଭିଲାଣି, 

ମୃଦୁ ମଧୁର ସଙ୍ଗୀତ ମୂର୍ଚ୍ଛନା !!

ବିନ୍ଦୁ ବିନ୍ଦୁ ଅନିବାରିତ ଘନେ, 

ଚତୁର୍ଦ୍ଦିଗ ଅନୁମିତ ତରଙ୍ଗିଣୀର ସର୍ଜନା !


ବାରିଦ ଆସିଛି ମେଘ ସବାରୀରେ,

ମିଳନ ଉଦଗ୍ର ଉଚ୍ଛ୍ୱାସେ !

ହସେ ମହୀ ଟାଣି ସବୁଜ ଓଢ଼ଣୀ,

କଦମ୍ବ ବନର କାମନା ଉଆସେ !!


ଘୁମନ୍ତ ଆକାଶେ ନୀରବତା ଭାଙ୍ଗି

ଭିଜାଇଦିଏ ତରୁଲତା ଅଙ୍ଗ ଅଙ୍ଗ !

ତରଙ୍ଗାୟିତ ଅଦ୍ରିର ଶିରାଳ ଶରୀରେ,

ମଇରୀ ସମ ଲୋଟେ ମିଶିବାକୁ ନିମଗ୍ନା ସଙ୍ଗ !!


ବ୍ୟାପ୍ତ ଅତରର ସୁଗନ୍ଧ କିଆ ଗୋହିରୀରେ,

ଲଗାଏ ଉନ୍ମାଦ ଅନଳ ଅବିକ୍ଷୁବ୍ଧ ମନେ !!

ନିଶବ୍ଦ ରଜନୀ ଜାଗ୍ରତ ମଣ୍ଡୁକ ନିନାଦେ,

ଅଭିକ୍ଷାମୟ ଆକାଶ ଇନ୍ଦ୍ରଧନୁ ଆଗମନେ ।।

 

ବର୍ଷା ଆଶ୍ଳେଷେ ବିଲୟ ଯେ କ୍ଳାନ୍ତି !

ପ୍ରାଣ ଆପୂର୍ତ୍ତି ନିବହ ପ୍ରାଣୀ ଲଭନ୍ତି ।।

ବର୍ଷା ଯେ ସୃଷ୍ଟି ସୃଜନର ସ୍ରଷ୍ଟା

ଭବ୍ୟ ଚେତନାର ଦିବ୍ୟ ଦିଗନ୍ତ ଦ୍ରଷ୍ଟା !!


Rate this content
Log in

Similar oriya poem from Romance