ବର୍ଣ୍ଣବୋଧ
ବର୍ଣ୍ଣବୋଧ
ମଧୁ ବାବୁଙ୍କର ବହି ବର୍ଣ୍ଣ ବୋଧ
ସାହିତ୍ୟ କୁ ବଡ଼ ଦାନ,
ଭାଷା ଶିକ୍ଷା ମୂଳଦୁଆ ସେ ପକାଏ
ଶିଖାଇ ଓଡ଼ିଆ ଜ୍ଞାନ l
ବର୍ଣ୍ଣ ମାଳାର ଅଣଚାଶ ଅକ୍ଷର
ପ୍ରଥମ ଭାଗ ରେ ଲେଖା ,
ପିଲାଟିଏ ବାରମ୍ବାର ଦେଖିଲେଖି
ହୋଇଯାଏ ତାର ଶିକ୍ଷା l
ସରଳ ସହଜ ନିତ୍ୟ ବ୍ୟବହାର୍ଯ୍ୟ
ଶବ୍ଦ ସବୁଅଛି ଲେଖା,
ପ୍ରଥମେ ଅବନା ତତପରେ ମାତ୍ରା
ଲାଗି ହୋଇଅଛି ଯୋଖା l
ସୁନ୍ଦର ଚିତ୍ରଓ ତା ସହିତ ଗୀତ
ଲେଖା ସେ ପଦ ପକାଇ,
କେବେ ପଢିଥିଲେ ଏବେବି ତାହାର
ପଦ ଭୁଲି ହୋଇନାହିଁ l
ଯୁକ୍ତାକ୍ଷର ସବୁ କବିତାସହିତ
ଏକ ପରେ ଏକ ଗୁନ୍ଥା,
ଓଡ଼ିଆ ଙ୍କ ପାଇଁ ବର୍ଣ୍ଣବୋଧ ବହି
ଅତି ମୂଲ୍ୟବାନମୁକ୍ତା l
ଆଧୁନିକ ଯୁଗେ ବର୍ଣ୍ଣ ବୋଧର
ଆଦରଯାଇଛି କମି,
ନୂଆନୂଆ ବହି ବାହାରଇ କେତେ
ତାସରି କେହି ହେବେନି l
ମଲାଟ ରେ ତାର ବିଲେଇ ର ଚିତ୍ର
ପିଲାଙ୍କ କୌତୁକ ଭରେ,
ହାତ ବଢ଼ାଇ ସେ ଚିତ୍ର କୁ ସବୁ
ଦେଖିବାକୁ ମନେ କରେ ll
ବିଭୁଙ୍କ ବନ୍ଦନା ବାର ମାସ ନାମ
ତହିଁରେଲିଖିତ ଗୀତେ,
ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଶିକ୍ଷା ଦେଇଛନ୍ତି
କବିତା ଛନ୍ଦରେ କେତେ l
ବ ଡ଼ ସାନ ଶିକ୍ଷାଗୁଣନର ଖନ୍ଦା
ଗଣିତର ମୂଳ ଯେତେ,
ମେଟ୍ରିକ ପଦ୍ଧତି ଦୈର୍ଘ୍ୟ ଓଜନ
ସବୁ ରହିଅଛି ସାଥେ l
ଫେରିଆସୁ ଆମ ବର୍ଣ୍ଣ ବୋଧ ବହି
ପଢିବେ ପିଲାଏ ବସି,
ଓଡ଼ିଆ ଭାଷାଟି ଶୁଦ୍ଧ ହୋଇଯିବ
ଅଭ୍ୟାସ ବଳରେ ଘୋଷି ll
