STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ବର୍ଣ୍ଣାଳୀ

ବର୍ଣ୍ଣାଳୀ

1 min
379

ବର୍ଷା ଋତୁ ପୁଣି ଆଷାଢ଼ ଏ ମାସ ଆବୃତ ଟି କାଦୁଅର

ଘରୁ ବାହାରିବା ଅସମ୍ଭବ ପୁଣି

ଋତୁର ବର୍ଣ୍ଣାଳୀ ଭାର।


ପରିତ୍ରାଣ ଋତୁ ଆଗମନେ ତହିଁ ନଈ ଦିଶେ ପୂର୍ଣ୍ଣଗର୍ଭା

ଝିପି ଝିପି ବର୍ଷା କରେଟି ଅଥୟ,

ଦିଶେ ଇନ୍ଦ୍ରଧନୁ ଆଭା।


ପବନର ତାଳେ ନାଚେ କାଶତଣ୍ଡୀ ଦିଶେ ନୃତ୍ୟରତା ଦୃଶ୍ୟ

ଦିଶୁଛୁ ଆକାଶେ ଇନ୍ଦ୍ରଧନୁ ତହିଁ

ଜ୍ୟୋସ୍ନାର ପ୍ଲାବିତା ଦୃଶ୍ୟ।


ବର୍ଷା ଋତୁର ଏ ବର୍ଣ୍ଣାଳୀର ଛଟା କରେ ମନମୁଗ୍ଧ ଜନେ,

କେତେ ବର୍ଷା ସହେ କୃଷକ ବିଲରେ

ନାହିଁ ଦୁଃଖ ତାର ମନେ।


ରାଷ୍ଟ୍ର ପାଇଁ କରେ ଅନ୍ନ ଉତ୍ପାଦନ କେତେ ଦୁଃଖକଷ୍ଟ ସହି,

ନାହିଁ ସେ ନିରାଶ ନାହିଁ କାହିଁ ସ୍ବାର୍ଥ

ଦାଇତ୍ଵ ଅନ୍ନଦା ବହି।


ତାଣ୍ଡବ ଇନ୍ଦ୍ରଙ୍କ କରେ ବିଚଳିତ ବିଜୁଳିର ଆର୍ତ୍ତନାଦ,

ଘଡ଼ଘଡି ଶବ୍ଦ ପୁଣି ବଜ୍ରପାତ

କରେଟି ବଡ଼ ଆଫଦ।


କର୍ମ କ୍ଷେତ୍ରେ ରୁହେ କୃଷକ ସର୍ବଦା ନାହିଁ ଭୟ ଚିନ୍ତା କାର

ଚାଷ କାର୍ଯ୍ୟ କରେ ନିର୍ଭୀକ ହୋଇଣ

ଭଜୁ ଥାଏ ନିରାକାର।


ବର୍ଷା ଋତୁ ପରା ଋତୁର ବର୍ଣ୍ଣାଳୀ ସବୁଜର ଦୃଶ୍ୟ ଭରା

ମାଟିବାସ୍ନା ତହିଁ ଚହଟି ପଡ଼ିଛି

ମନ କୌତୁହଳେ ଭରା।


ପାର୍ବଣର ମାସ ଅଟେ ବର୍ଷା ଋତୁ ମହିଷାସୁର ମର୍ଦ୍ଦିନୀ

ଆଗମନ ତାଙ୍କ ଶୁଭ ଧରାଧାମେ,

ସେହୁ ମା ସିଂହ ବାହିନୀ।


ପୂର୍ଣ୍ଣଗର୍ଭା ଦିଶେ ନଈ ଓ ପୋଖରୀ ଦିଶେ ପୂର୍ଣ୍ଣଗର୍ଭା ବିଲ,

ବର୍ଷା ଋତୁ ପରା ବର୍ଣ୍ଣାଳୀ ଯାହାର

କରେ ଜନ କଲବଲ।



Rate this content
Log in

Similar oriya poem from Abstract