STORYMIRROR

Ch Loknath Reddy

Action Inspirational Children

4  

Ch Loknath Reddy

Action Inspirational Children

ବୃକ୍ଷ କହେ

ବୃକ୍ଷ କହେ

1 min
359

ବୃକ୍ଷ ଜନ୍ମ ମୋର ଭୁଲ ବୋଲି ଲାଗେ

ଆଜି ଏ' ଛାର ସଂସାରେ,

ଯେତେ ଉପକାର କଲେ ମଧ୍ୟ ଏଠି

ଦୟାହିଁ ନାହିଁ ମନରେ ।


ଅମ୍ଳଜାନ ଦେଲି ଶ୍ୱାସକ୍ରିୟା ପାଇଁ

ଭୋକ ଲାଗି ଦେଲି ଖାଦ୍ୟ,

ଫଳ ଫୁଲ ନେଇ ମତେ ବି ଖାଉଛ

ମସ୍ତିଷ୍କର ଚିନ୍ତା ସଦ୍ୟ ।


କେତେ ଉପକାର କରଇ ତୁମର

ଆରେ ନିର୍ଦ୍ଦୟ ମଣିଷ,

ପରୋପକାରୀକୁ ଛେଦନ କରୁଛ

ହେବୁ ନିଶ୍ଚେ ଦିନେ ନାଶ ।


ସର୍ବଦା ଭାବେ ମୁଁ ମଣିଷ ଅଟଇ

ଅନ୍ତରଙ୍ଗ ବନ୍ଧୁ ମୋର,

ବନ୍ଧୁ ବୋଲି ମତେ ଭାବି ଯେ ପାରନି

ମୋ' ପାଇଁ ସାଜ ନିଷ୍ଠୁର ।


ଆଜନ୍ମ ତୁମର ଦରକାରୀ ମୁହିଁ

ଦୈନିକ ତୋ'ର ଜୀବନେ,

ମୋ' ଅନ୍ତ ଘଟିଲେ ତୋ' ବିଲୟ ନିଶ୍ଚେ

ଭାବ ଥରେ ତୁମ ମନେ ।


କରିବନି ଆଉ କେବେବି ଏଭଳି

ଅତ୍ୟାଶେ ମୋତେ ଛେଦନ,

ଅତି ଲୋଭି ଯଦି ହୋଇବ ମାନବ

ହେବ ମୃତ୍ୟୁର କାରଣ ।


Rate this content
Log in

Similar oriya poem from Action