ବୃକ୍ଷ କହେ
ବୃକ୍ଷ କହେ
ବୃକ୍ଷ ଜନ୍ମ ମୋର ଭୁଲ ବୋଲି ଲାଗେ
ଆଜି ଏ' ଛାର ସଂସାରେ,
ଯେତେ ଉପକାର କଲେ ମଧ୍ୟ ଏଠି
ଦୟାହିଁ ନାହିଁ ମନରେ ।
ଅମ୍ଳଜାନ ଦେଲି ଶ୍ୱାସକ୍ରିୟା ପାଇଁ
ଭୋକ ଲାଗି ଦେଲି ଖାଦ୍ୟ,
ଫଳ ଫୁଲ ନେଇ ମତେ ବି ଖାଉଛ
ମସ୍ତିଷ୍କର ଚିନ୍ତା ସଦ୍ୟ ।
କେତେ ଉପକାର କରଇ ତୁମର
ଆରେ ନିର୍ଦ୍ଦୟ ମଣିଷ,
ପରୋପକାରୀକୁ ଛେଦନ କରୁଛ
ହେବୁ ନିଶ୍ଚେ ଦିନେ ନାଶ ।
ସର୍ବଦା ଭାବେ ମୁଁ ମଣିଷ ଅଟଇ
ଅନ୍ତରଙ୍ଗ ବନ୍ଧୁ ମୋର,
ବନ୍ଧୁ ବୋଲି ମତେ ଭାବି ଯେ ପାରନି
ମୋ' ପାଇଁ ସାଜ ନିଷ୍ଠୁର ।
ଆଜନ୍ମ ତୁମର ଦରକାରୀ ମୁହିଁ
ଦୈନିକ ତୋ'ର ଜୀବନେ,
ମୋ' ଅନ୍ତ ଘଟିଲେ ତୋ' ବିଲୟ ନିଶ୍ଚେ
ଭାବ ଥରେ ତୁମ ମନେ ।
କରିବନି ଆଉ କେବେବି ଏଭଳି
ଅତ୍ୟାଶେ ମୋତେ ଛେଦନ,
ଅତି ଲୋଭି ଯଦି ହୋଇବ ମାନବ
ହେବ ମୃତ୍ୟୁର କାରଣ ।
