STORYMIRROR

Tapaswini DashSarangi

Abstract Tragedy Inspirational

3  

Tapaswini DashSarangi

Abstract Tragedy Inspirational

ବୃଦ୍ଧାଶ୍ରମ

ବୃଦ୍ଧାଶ୍ରମ

1 min
224

ମୁଁ ବୃଦ୍ଧାଶ୍ରମ କହୁଛି

ହଁ ହଁ ଆଜି ମୁଁ କହିବି

ଆଉ ନୀରବ ନିଥର 

ହୋଇ ରହିବି ନାହିଁ।

ମୋ କାନ୍ଥର ପ୍ରତିଟି କୋଣରେ

ଛପି ରହିଛି ତପ୍ତ ଲୁହ ମାନ

ମୋ ଭିତରେ ଗୁଞ୍ଜରଣ

ସୃଷ୍ଟି କରୁଛି ଛାତିଫଟା କୋହ 

ତଥାପି ମନ ଭିତରୁ ତୁଟିନି

ଭିଟାମାଟିର ମୋହ।

ମୁଁ ବୃଦ୍ଧାଶ୍ରମ

ଆସ ବୁଲି ଯାଅ ମୋର ଆଙ୍ଗନକୁ

ଦେଖିଯାଅ ମୋ ଅନ୍ତେବାସୀଙ୍କୁ

ପଚାର ଥରେ ତାଙ୍କ ଅନ୍ତଃଜ୍ଵାଳାକୁ

କଷିଦେବ ଥରକରେ ନିଜ ଅନ୍ତଃକରଣରେ

ଚାଲୁଥିବା ମାନସାଙ୍କକୁ।

ମୁଁ ବୃଦ୍ଧାଶ୍ରମ

ମୋତେ ପଚାର ପ୍ରକୃତରେ ବେଦନାର

ଅର୍ଥ କଣ?

ପ୍ରକୃତରେ ତ୍ୟାଗର ମୂଲ୍ୟ କଣ?

ପଚାର ପ୍ରସବ ବେଦନା ଠାରୁ

ଆହୁରି ବଡ଼ କଷ୍ଟ କ୍ଳେଶ କଣ?

ମୁଁ କହିବା ଆଗରୁ ତୁମେ

ବୁଝିଯିବ ଆଉ ପାଇଯିବ

ଅନାୟସରେ ଏସବୁ ପ୍ରଶ୍ନର ଉତ୍ତର।

ହଁ ମୁଁ ବୃଦ୍ଧାଶ୍ରମ ଧର୍ମର ଦ୍ଵାହି ଦେଇ କହୁଛି

ହୁଏତ କିଛି ସମୟ ପାଇଁ ନିଜେ

ହିଁ ଭାବି ବସିବ ନିଃସନ୍ତାନ ହେବା ପାଇଁ

ମନର କେଉଁ କୋଣରେ

ପ୍ରଶ୍ନର ଅଙ୍କାବଙ୍କା ନଈରେ ଭଉଁରୀ

କାଟିବ ଆଉ ସେ ଭଉଁରୀରୁ

ଯାତ ହେବ ଏକ ବିଶାଳ ପ୍ରଶ୍ନ

ଯାହାର ଉତ୍ତର ନା ଥିବ ମୋ ପାଖେ 

ନା ତୁମ ପାଖେ

ପ୍ରଶ୍ନଟି ମଣିଷ ଏତେ ଅବିବେକୀ ହୁଏ କେମିତି?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract