ବରବର୍ଣ୍ଣିନୀ ଗୋ.....
ବରବର୍ଣ୍ଣିନୀ ଗୋ.....
ବରବର୍ଣ୍ଣିନୀ ଗୋ........
-------------------------------------------------
ବରବର୍ଣ୍ଣିନୀ ଗୋ,
କେଉଁ ବର୍ଣ୍ଣରେ ସରାଗ ତମ
ନାଲି ନୀଳ କି ପୀତ ସବୁଜ
କୁହ,
ସେଇ ବର୍ଣ୍ଣରେ
ମୁଁ ଆଜି ସଜାଇଦେବି
ତମ ସ୍ବର୍ଗୀୟ ତନୁ ବିଭବ l
ବରବର୍ଣ୍ଣିନୀ ଗୋ,
ଆଜି ଏ ହୋଲି ଉତ୍ସବେ
ଆସିଛି ଦେଖ ମୁଁ ତମ ପାଇଁ
ହାତେ ଧରି ରଙ୍ଗ ପିଚକାରୀ
ଗାଧୋଇ ଦେବି ମୁଁ ମୋ ରାଧିକାଙ୍କୁ
ଆସ ମୋ ପାଶେ ଗୋ ପଦ୍ମ ପାଦେ l
ବରବଣ୍ଣିନୀ ଗୋ,
ତମ ବର୍ଣ୍ଣବିଭା,
ତମ ରଙ୍ଗ ଶୋଭା
ମୋ ପାଇଁ ନନ୍ଦନ ସୁଖ
କାହିଁକି ବା ମୁଁ ଆଉ କେଉଁ ରଙ୍ଗେ
ସଜାଇବି ମୋ ରାଧିକାର ଚନ୍ଦ୍ରମୁଖ l
********************************
ଅଧ୍ଯାପକ ପ୍ରଶାନ୍ତ କୁମାର ବେହେରା,
ରାଜନୀତି ବିଜ୍ଞାନ ବିଭାଗ,
ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,
ଜଗତସିଂହପୁର l
ଦୂରଭାଷ - ୯୪୩୭୧୩୫୯୧୬

