ବୋଉର ଚୁଲୀ
ବୋଉର ଚୁଲୀ
ବୋଉ ର ଚୁଲୀ
କ୍ଷୁଧାର ଏକ ଶାନ୍ତି ଆଳୟ
ଯେଙଠି ଆନନ୍ଦ ଲୁଚିଥାଏ
ସକାଳଠୁଁ ସଞ୍ଜଯାଏ ଜଳୁଥାଏ
ଭୋକିଲା ପେଟର
ଭୋକ ମେଣ୍ଟିବା ପାଇଁ
ଯେଙଠିକି ବୋଉର ସବୁକିଛି
ଦୁଃଖ ଓ ଯନ୍ତ୍ରଣା ଜଳିଜଳି ଲିଭିଯାଏ
ଆଖି ଲୁହର ଝରଣାରେ।
ଫୋଫାଡି ଚାଲେ ଖଣ୍ଡବିଖଣ୍ଡିତ
କଷ୍ଟର ଜାଳେଣି ସବୁ ସେହି ଚୁଲୀକୁ
ତା ଜୀବନ ଆଉ ଯୌବନକୁ
ଅହରହ ଜାଳିଚାଲେ ଜାଳେଣି ପରି
ପରିବାରର ସମସ୍ତଙ୍କ ଶାନ୍ତି ପାଇଁ
ଜୀବନର ଜଂଞାଳ ଚୁଲୀରେ।
ଜାଳେଣି ତ ଜଳିଚାଲେ
ଆଉ ବୋଉ ସେମିତି ଜାଳୁଥାଏ
ତାର ସମସ୍ତ କଷ୍ଟ ଓ ଆୟୁଷକୁ
କେତୋଟି ଭୋକିଲା ପେଟରେ
ମୁଠାଏ ଦାନା ଓ ତୋରାଣୀ ଦେବାକୁ।
