ବୋଉ
ବୋଉ
ବୋଉ ବୋଲି ଯେଉଁ ଦୁଇଟି ଅକ୍ଷର
ମନରୁ ହୃଦୟ ଯାଏଁ
ସମୁଦ୍ର ସେପାରି ଦୂରଦିଗବଳୟ ଛୁଏଁ
ବୋଉ ବୋଲି ଯେଉଁ ମନଛୁଆଁ ଡାକ
ଭୁଲିବ କେମିତି କିଏ
ମନ ଦରପଣେ ଗୁଣୁ ଗୁଣୁ କିଏ ଗାଏ
ବୋଉ ବୋଲି ଯାର ପଣତ ତାହାର
କେତେ ଲହୁ ଲୁହ ପିଏ
ଦୁଃଖରେ ସୁଖରେ ଚାମର ସେ ସାଜିଥାଏ
ବୋଉ ବୋଲି ଯାର ହୃଦୟ ତାହାର
ସରଗ ସମାନ କହେ
ସାଗର ପରି ଗଭୀର ପ୍ରେମ ଫଲଗୁଟିଏ
ବୋଉ ବୋଲି ଯାର ମନଟି ତାହାର
ପଦ୍ମ ପରି ଉଭା ହୁଏ
ନିବିଡ଼ତା ଭରା ଆଲିଙ୍ଗନ ସନ୍ତାନ ପାଏ
ବୋଉ ବୋଲି ଯେଉଁ ଅଢେଇ ଅକ୍ଷର
କି ଅମୃତ ମୟ ସିଏ
ସ୍ନେହ ମମତା ପ୍ରୀତି ର ନଈ ଟିଏ
ବୋଉ ବୋଲି ଯାର ସରାଗ ତାହାର
ଆକାଶ ଠୁ ଉଚ୍ଚା ରହେ
ତାପରି ନାଉରୀ ଥିଲେ ନା ଭାସିଭାସି ଯାଏ
ବୋଉ ବୋଲି ଯାର ମାତୃତ୍ୱ ତାହାର
ଧରଣୀ ପରି ସର୍ବଂସହା ମାଆ ଟିଏ
ଦୟା କ୍ଷମା ଶାହନଶୀଳତା ଭରା ଫୁଲଟିଏ
ବୋଉ ବୋଲି ଯାର ଡାକଟି ତାହାର
ସଭିଙ୍କ ପରାଣ ଛୁଏଁ
ଡାକରେ ଦୁଃଖ କଷ୍ଟ ଯନ୍ତ୍ରଣା କୁଆଡେ ଯାଏ
ବୋଉ ଯାର ଅଛି ଏ ସଂସାରେ
ଭାଗ୍ୟବାନ ଅଟେ ସିଏ
ସରଗ ସୁଖ ମର୍ତ୍ତେ ପାଇ ସୁଖୀ ହୁଏ
ବୋଉ ଶବ୍ଦ କୁ ବୁଝିଛି ଯିଏ
ମଣିଷପଣିଆ ଭିତରେ ମଣିଷ ସିଏ
ଶୀର ଉଚ୍ଚା କରି ବାଟ ଚାଲିବାର ବଳପାଏ
ବୋଉ ଯାର ନାହିଁ ଶ୍ରୀମନ୍ଦିରନେତ ଅନେଇ
ଅନୁଭବ କରି, ସବୁକିଛି ପାଇଯାଏ l
