STORYMIRROR

namita jena

Abstract

3  

namita jena

Abstract

ବୋଉ

ବୋଉ

1 min
12K

3752ଘୁମନ୍ତ ଅପରାହ୍ନ,ହିନ୍ଦୋଳିତ

ଚଇତି ପବନ  

ଉଡ଼େଇ ନେଇଯାଏ ମନ।

ସେ ବାଡ଼ି ଅଗଣାକୁ 

କୈଶୋରର ସ୍ମୃତି ଯହିଁ

ବିଛୁରିତ ହୋଇ,

ହାତ ଧରି ନେଇଯାଏ

ରୁଣୁଝୁଣୁ ପାଉଁଜି ଶବଦେ

ମୁଖରିତ କରି ବୁଲି ଖେଳିବାକୁ।

ଗୁହାଳଘର ପିଢ଼ାରୁ

ଭାସି ଆସେ କଞ୍ଚା ଆମ୍ବ ଆଚାରର ବାସ୍ନା,ମନ ହୁଏ ଉଚ୍ଚାଟ।

ମାନେନା ସେ ବୋଉର ଆକଟ।

ବିଚାରୀର ବୋତଲ କେବେ ବି

ଭରେନା।

ଯେତେ ଦୁଷ୍ଟାମୀ କଲେ ବି

ଆମ ଉପରେ କେବେ

ତା ହାତ ଉଠେନା।


ମନେ ପଡ଼େ ଚଇତିରାତିର

ଆମ୍ବ ତୋଳା କଥା।

ଦିନସାରା ଖଟି ଥକାମାରି

ଶୋଇ ପଡ଼ି ଥିବା ବୋଉର ବ୍ୟଥା

ବୁଝୁନଥିଲି ମୁଁ।

ବାହାରକୁ ଯିବା ବାହାନାରେ

ଡାକୁଥିଲି,ସେ ବି କେବେ

ରାଗୁନଥିଲା ତ।

ମିଞ୍ଜି ମିଞ୍ଜି ଲଣ୍ଠନକୁ ତେଜି ଦେଇ

ଯାଏ ମୋ ସହ।

କବାଟ ଖୋଲିବା ପରେ

ତା' ମୁହଁ କୁ ଚାହିଁ ହସିଦିଏ,

ଡିଆଁ ମାରି ଆମ୍ବଗଛ ମୂଳେ ଧାଇଁ ଯାଏ।

ନିଦ ବିଳିବିଳଉ ଥିବା ମୁହଁରେ

ମୋତେ ଚାହିଁ ମୁରୁକି ହସି ଦିଏ।

ମାଆ ପରା

ଚେତା ତା'ର ଥାଉ କି ନଥାଉ

କର୍ତ୍ତବ୍ୟରେ କେବେ କରେନା 

ସେ ଅବହେଳା।


Rate this content
Log in

Similar oriya poem from Abstract