ବୋଝ
ବୋଝ
ମଣିଷ ଟେ ମୁଁ
ଉପରେ ମୋର ବୋଝ
ପରିବାରର ବୋଝ
କର୍ତ୍ତବ୍ୟର ବୋଝ
ବାପା, ମାଆର ବୋଝ
ସମାଜର ବୋଝ
ତଥାପି ବହିଚାଲୁଛି ଅକ୍ଲେଶରେ
ଥକି ଯାଉନାହିଁ
କର୍ତ୍ତବ୍ୟର ନିଶା
ଜିତିବାର ଆଶା
ଜୀବନ ଜିଁ ବାର ଭରଷା ll
ଅଦମ୍ୟ ବୋଝ ବୋହି ବୋହି
ଅଣ୍ଟା ନଇଁ ପଡୁଛି
ପାଦ ଥକି ପଡୁଛି
ବୟସର ଏ ଗୋଧୂଳିରେ
ତଥାପି ମନରେ ଅଜସ୍ର ବଳର ଭାବନା
ଚାଲୁଛି ମୁଁ ଆହୁରି ଚାଲିବି
ଭୃକ୍ଷେପ ନ କରି ବୋଝର ତାଡନା ll
ଜାଣିଛି କେବେ ନା କେବେ
ଲିଭିଯିବ ଏ ଜୀବନ ଦ୍ୱୀପ
ତଥାପି କେବେ ଡରିଯାଇନି
ପଛକୁ ହଟିନି ବିଶ୍ୱାସ ତୁଟିନି
ଖାଲି ବୋହି ଚାଲିଛି
ଜୀବନ ବୋଝ ଆଉ ବୋଝ ll