STORYMIRROR

DR SAMIR RANJAN BEHERA

Abstract Inspirational

4  

DR SAMIR RANJAN BEHERA

Abstract Inspirational

ବୋଝ

ବୋଝ

1 min
209


 ମଣିଷ ଟେ ମୁଁ 

 ଉପରେ ମୋର ବୋଝ 

 ପରିବାରର ବୋଝ 

 କର୍ତ୍ତବ୍ୟର ବୋଝ 

 ବାପା, ମାଆର ବୋଝ 

 ସମାଜର ବୋଝ 

 ତଥାପି ବହିଚାଲୁଛି ଅକ୍ଲେଶରେ 

 ଥକି ଯାଉନାହିଁ 

 କର୍ତ୍ତବ୍ୟର ନିଶା 

 ଜିତିବାର ଆଶା 

 ଜୀବନ ଜିଁ ବାର ଭରଷା ll


  ଅଦମ୍ୟ ବୋଝ ବୋହି ବୋହି 

  ଅଣ୍ଟା ନଇଁ ପଡୁଛି 

  ପାଦ ଥକି ପଡୁଛି 

  ବୟସର ଏ ଗୋଧୂଳିରେ 

  ତଥାପି ମନରେ ଅଜସ୍ର ବଳର ଭାବନା 

  ଚାଲୁଛି ମୁଁ ଆହୁରି ଚାଲିବି 

  ଭୃକ୍ଷେପ ନ କରି ବୋଝର ତାଡନା ll


  ଜାଣିଛି କେବେ ନା କେବେ  

  ଲିଭିଯିବ ଏ ଜୀବନ ଦ୍ୱୀପ 

  ତଥାପି କେବେ ଡରିଯାଇନି 

  ପଛକୁ ହଟିନି ବିଶ୍ୱାସ ତୁଟିନି 

  ଖାଲି ବୋହି ଚାଲିଛି 

  ଜୀବନ ବୋଝ ଆଉ ବୋଝ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract