STORYMIRROR

Bharatabandhu Biswal

Classics Inspirational Children

4  

Bharatabandhu Biswal

Classics Inspirational Children

ବଞ୍ଚିବାକୁ ଗଛ ଲଗାଇବା

ବଞ୍ଚିବାକୁ ଗଛ ଲଗାଇବା

1 min
275


ତୁମେ ମହାମେରୁ ଦୂବ ଆଉ ଦାରୁ

    ସୁଶୀତଳ ବଟଛାୟା

ମଙ୍ଗଳ ମୂରତି ପ୍ରଭୁ ଜଗନ୍ନାଥ

    ନୀଳଚକ୍ର ରାହା ସାହା ।

ନୀଳାଚଳ ଧାମ ଗୋଲୋକ ବୈକୁଣ୍ଠ

    ବିଜେ ଶ୍ରୀ ଦାରୁ ବିଗ୍ରହ

ଭ୍ରାତା ବଳଦେବ ଦେବୀ ଶ୍ରୀ ସୁଭଦ୍ରା

    ଶ୍ରୀ ଜଗନ୍ନାଥ ପରଂବ୍ରହ୍ମ । ୧।

ରତ୍ନ ସିଂହାସନେ ହୁଏ ନାନାବେଶ

   ବାସେ ଦିବ୍ୟ ମହ ମହ

ଦୟଣା ତୁଳସୀ ଅଗୁରୁ ଚନ୍ଦନ

   ପୁଷ୍ପ ମାଲ୍ୟେ ଶୋହେ ଦେହ ।୨।

ଆଜ୍ଞା ମାଳ ଲଭି ଚଳେ ସୁଦର୍ଶନ

   ହୁଏ ଯାତ୍ରା ଯାଗ ବନ

ସ୍ୱପ୍ନାଦେଶ ହୁଏ ସର୍ବମଙ୍ଗଳାଙ୍କ

   ଶ୍ରୀ ଦାରୁ ହୁଏ ଚୟନ ।୩।

ବସ୍ତ୍ର ପାଟ ଡୋର ସର୍ବୋଷଧି ମୂଳ

   ଶଗଡ଼ି ରଥ ନିର୍ମାଣ

ନିତ୍ୟ ଆବଶ୍ୟକ ବୃକ୍ଷ ଉପଜାତ

   ସ୍ୱୟମ୍ଭୁ ଶ୍ରୀ ବୃକ୍ଷ ଧନ୍ୟ ।୪।

ସବୁଜ ସୁନ୍ଦର ଶକତି ସମ୍ଭାର

   ଫଳଛାୟା ପ୍ରାଣ ଦାୟୀ

ତାର ଅବଦାନ ସ୍ୱସ୍ତିକ ଜୀବନ

   ବୃକ୍ଷ ଜୀବନ ଅଟଇ ।୫।

ଆମ ଅବିଚାରେ ପ୍ରଗତି ଭ୍ରମରେ

   ବନରାଜି ଦୃତ କ୍ଷୟ

ବାତ୍ୟା ଦୁର୍ବିପାକେ ତାର କ୍ଷତି ହେଲେ

   ନହୁଏ ତା ପୁନରୁଦ୍ଭବ ।୬।

ସୁସ୍ଥ ପରିବେଶ ପ୍ରକୃତି ଶୁଦ୍ଧତା

   ସୁରକ୍ଷା ପରମ ଧର୍ମ

ବୃକ୍ଷ ରୋପଣ ସବୁଜ ସାଧନା

   ଅଟଇ ମହାନ କର୍ମ ।୭।

ଇଷ୍ଟ ପରମେଷ୍ଟ ପ୍ରଶାନ୍ତି ସନ୍ତୁଷ୍ଟ

   ସବୁଜିମା ସତ୍ୟ ସେବା

ଆସନ୍ତୁ ସଭିଏଁ କରିବା ଶପଥ

   ବଞ୍ଚିବାକୁ ଗଛ ଲଗାଇବା ।।


Rate this content
Log in

Similar oriya poem from Classics