ବନସ୍ତେ ଡାକିଲା ଗଜ
ବନସ୍ତେ ଡାକିଲା ଗଜ
ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସଇ ରଜ
ଆସଇ ରଜ ଲୋ
ଘେନି ନୂଆ ସଜବାଜ ।
ଓଡ଼ିଆ ପରବ ରଜ
ପରବ, ପର୍ବାଣୀ ଚୀର ସବୁଜ
ଚୀର ସବୁଜ ଲୋ
ପାଳନ୍ତି ମଉଜେ ରଜ ।
ଭିନ୍ନ, ଭିନ୍ନ ବ୍ୟଞ୍ଜନରେ
ପୋଡ଼ ପିଠା ସହ ଆମ୍ବ , ପଣସେ
ଆମ୍ବ, ପଣସେ ଲୋ ,
ମହକଇ ଘରେ, ଘରେ ।
ଦୋଳି ଖେଳ ସାଥେ ପଶା
ଲୁଡୁ, ତାସ୍ ପୁଣି କବାଡି ମଜା
କବାଡି ମଜା ଲୋ,
ଜମାଏ ରଜର ନିଶା ।
ଗ୍ରାମ୍ୟବାଳା ଆନନ୍ଦରେ
ସଜେଇ ହୁଅନ୍ତି ସେ' ସରାଗରେ
ସେ ' ସରାଗରେ ଲୋ
ରଜ ପରବ ଭିତରେ ।
ପାଦେ ଅଳତା ଲଗାଇ
ବାସନା ତେଲରେ ମୁଣ୍ଡ କୁଣ୍ଡେଇ
ମୁଣ୍ଡ କୁଣ୍ଡେଇ ଲୋ ,
ଦେହେ ହଳଦୀ ମାଖଇ ।
କଳେ ଜାକି ଖିଲି ପାନ
ପିଠା ପଣା ଖାଇ ପିନ୍ଧି ନୂତନ
ପିନ୍ଧି ନୂତନ ଲୋ ,
ସର୍ବେ ହୁଅନ୍ତି ମଗନ ।
ପରମ୍ପରା ନିଆରା ଏ'
ରଜସ୍ୱଳା ମାତା ବସୁଧା ହୁଏ
ବସୁଧା ହୁଏ ଲୋ ,
ଭୂମି ଆଘାତ ନପାଏ ।
ଭୂମି ପୂଜନ ହୁଅଇ
ହଳ ଚଲାଏନି ସେ' ଚଷା ଭାଇ
ସେ 'ଚଷା ଭାଇ ଲୋ ,
ପରମ୍ପରା ଧ୍ୟାନ ଦେଇ ।
ରଜ ପରବ ଶେଷରେ
ବସୁମତୀ ସ୍ନାନ କରିବା ପରେ
କରିବା ପରେ ଲୋ ,
ପରବ ଶେଷ ହୁଏରେ ।
ପାଞ୍ଚ ଦିନର ଏ' ରଜ
ଓଡ଼ିଆ ସଂସ୍କୃତି ପାର୍ବଣ , ପର୍ବ
ପାର୍ବଣ, ପର୍ବ ଲୋ,
ଅଭୁଲା ଅଲିଭା ଚିଜ ।
ବାର ମାସେ ତେର ପର୍ବ
ପରବ ଭିତରେ ରଜ ପରବ
ରଜ ପରବ ଲୋ ,
ଓଡ଼ିଶା ମାଟିର ଗର୍ବ ।
ମିଠା ସ୍ମୃତି ସାଉଁଟିବା
ପୂର୍ବ ପରମ୍ପରା ମନେ କରିବା
ମନେ କରିବା ଲୋ ,
ସର୍ବେ ମଉଜ କରିବା ।
କାଳିଆ ଆଶିଷ ନେବା
ରଜ ପର୍ବ ଆମ ଅତି ନିଆରା
ଅତି ନିଆରା ଲୋ ,
ରଜ ପରବ ପାଳିବା ।