ବଂଶୀ ସ୍ଵନ
ବଂଶୀ ସ୍ଵନ
ତୁମେ ମୋ ମନଠାରୁ
ହୃଦୟ ପର୍ଯ୍ୟନ୍ତ
ଛଳ ଛଳ ଛନ୍ଦରେ
ତରଙ୍ଗାୟିତ ଖୁସିର ସମୁଦ୍ର।
ପରିବ୍ୟାପ୍ତ ତୁମେ
ସୁଖ ସପନର ମହୋତ୍ସବରେ
ଆଶା ନିରାଶାର
ଫେଣ୍ଟା ଫେଣ୍ଟି
ରଙ୍ଗର ସହର ପର୍ଯ୍ୟନ୍ତ।
ତୁମେ ମୋ
ଏନ୍ତୁଡ଼ିରୁ ଇତି
ଅଶାରୁ ଆଶାବରୀ
ନିରାଶରୁ ନିର୍ବାଣ
ବିରହରୁ ବିଦଗ୍ଧ
ପ୍ରେମରୁ ପାର୍ବଣ।
ପୁଣ୍ୟରୁ ପ୍ରଳୟ ତୁମେ
ମୃତ୍ୟୁରୁ ମୁକ୍ତି
ଉଛୁଳା ମୁକୁଳା ଖୁସି
ମନ୍ଦ ମଧୁର "ବଂଶୀ ସ୍ଵନ"
ମୋକ୍ଷର ଚରମ ସୌଭାଗ୍ୟ।