STORYMIRROR

Satyabati Swain

Tragedy

4  

Satyabati Swain

Tragedy

ବଂଶୀ ଆଉ ବାଜୁନି

ବଂଶୀ ଆଉ ବାଜୁନି

1 min
385

ଖାଁ ଖାଁ ଗୋହରି ମୁଣ୍ଡ

ବିକଟାଳ କୁକୁର ଶବ୍ଦ

ଡ଼ରାଉଥିଲା ବହଳେ ଅନ୍ଧାର ବୁକୁଚିରି

ଦରନିଦ ରାତି 

ସ୍ୱପ୍ନ ଭିଜୁଥିଲା ହେମନ୍ତ କାକରରେ

ଆକାଶ

କୁଆଁ ତାରାକୁ ଡାକିଲା ବେଳେ।


ରହି ରହି ଶୁଭୁଥିଲା

ଗହୀର ବିଲରୁ

 ବଂଶୀ ସ୍ଵନ

ମହିଁଷିଟିଏ ଦୌଡୁଥିଲା

ଚିରା କାଟି

ନିଘଞ୍ଚ ଅରଣ୍ୟ ଭିତରକୁ।


ହଠାତ୍ ଜହ୍ନ ମୁହଁରେ 

ଛାଟି ଦେଲା କିଏ 

ଏସିଡ୍ ବୋତଲେ

ଯନ୍ତ୍ରଣାରେ ରଡି ଛାଡୁଥିଲା

ଗଡୁଥିଲା ସୁନ୍ଦର ମନ ଟିଏ

ବଂଶୀ ସ୍ଵନ ନିରବି ଯାଇଥିଲା

ପାପ ହାତ କେନାଲରେ ଧୋଇଲା ବେଳେ।


ବୁଦା ମୂଳେ 

ଗୋଡ଼ ହାତ ହଲାଉ ଥିଲା

କୁନି କୁନି ଗୋଡ଼ ହାତ

ଟପ୍ ଟପ୍ ଲାଳ

ଗଡୁଥିଲା ତାକୁ ଜଗିଥିବା

କୁକୁର ଜିଭରୁ।


ଗନ୍ଧାଉଥିଲା ଜଙ୍ଗଲରେ

ପଚା ଦିହ

ପରୀକ୍ଷା ପରେ ଜଣା ପଡିଲା

ସେ ଗୋଟେ ନଅ ବର୍ଷ ର ଝିଅ ଥିଲା।


ଦିଟା ଆଙ୍ଗୁଳି ଦିଶୁଥିଲା ଉପରକୁ

ବିଲୁଆ ଟିଫିନ୍ କରିବା ପାଇଁ

ଖୋଳୁଥିଲେ ଗାତ

ପୋଲିସ ଅନୁସନ୍ଧାନ କରି ଜାଣିଲା

କାଲି ବସ୍ ଷ୍ଟାଣ୍ଡରେ ବୁଲୁଥିଲା

ଏ ପାଗେଳି ।


ପୋଷାକ ଭାରି ଦୁଃଖୀ

ଲୁଚାଇ ପାରୁ ନାହିଁ

ଆଭ୍ୟନ୍ତରୀଣ ଅଙ୍ଗ

କଟା ଫଟା ଷ୍ଟାଇଲ ଭିତରେ

ଅଣନିଃଶ୍ବାସୀ

ତା ପ୍ରୟାସ।


ଚକ୍ କିନା ଉଲ୍କା ଟିଏ ଖସିଲା

ସାରା ସହରରେ 

ନିମିଷେ ଖେଳିଗଲା ଉଷୁମ ଖବର

ଅମାବାସ୍ୟା ରେ ଜନ୍ମ ନେଲେ କୃଷ୍ଣ !!

ସ୍ୱପ୍ନ ଦାନ୍ତ ପତ୍ର ଘଷି

ଗାଧୋଉ ଥିଲା

ଗୋଟେ କ୍ଳବକୁ ଯିବ 

ସେଠି ଭଲ ଆଡ୍ଡା ଜମେ

ଜୁଆ ଓ ପେଗ୍ ଙ୍କର।


ବଂଶୀ ଆଉ ବାଜୁନି

ସ୍ୱପ୍ନ ମୁହଁ ଲୁଚାଇ ବସିଛି

ଘର କୋଣେ ଭାଗ୍ୟକୁ ଆଦରି

ମିଡ଼ିଆଙ୍କ ଭିଡ଼

ଫଟୋ ନେବ 

ଚିରା ଫଟା ଦେହର

କାନ୍ଦୁରା ଅସହାୟ ମୁହଁ ମାନଙ୍କୁ

ଘନ ଘନ ପ୍ରଶ୍ନ ତୀର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy