STORYMIRROR

Maitreyee Kamila

Abstract

2  

Maitreyee Kamila

Abstract

ବଣ୍ଡା ଘାଟିର ଶୁକ୍ରୀମୁଦୁଲିକୁ

ବଣ୍ଡା ଘାଟିର ଶୁକ୍ରୀମୁଦୁଲିକୁ

1 min
252

ଅପଲକ ନୟନ ରେ ଅନେଇ ରହିଛୁ ପୁଅର ଫେରିବା ବାଟକୁ

ପୁଷମାସର ନରମ ସକାଳର ସୂର୍ଯ୍ୟ ଟା କେତେବେଳେ ପାହାଡ଼ ମଥାକୁ ଉଠିଲାଣି

ବାସିପାଇଟି ସାରି ମାଆ ମୁହଁ ରେ ତୋରାଣି ମୁଂଡିଏ ଦେଲୁଯେ

ବୁଢ଼ୀ କହିଲା

ବା... ତ...କେତେବେଳେ ଆସିବ

ସେଇଖରାର ଧାସ ରେ ଆଉଟୁ ପାଇଟୁ ହଉଛି ତୋ ପୁଅ

ସେ କନ ଜାଣିଥିଲା

ଭୋକର ଜ୍ୱାଳା ରେ ଏତେ ସବୁ ଭୋଗିବାକୁ ହେବ

ଆମ ଗାଁକୁ କାହିଁଇକି ସେ ଠିକାଦାର ସେତେବେଳେ କଂ ପାଇଁ ଆସିଥିଲା ଏତେ ସବୁ କଥା ବୁଝିବାକୁ ତା ମୁଣ୍ଡ ଖେଳେଇ ନଥିଲା

ହଜାର ହଜାର ନୋକ

ଘର ଦ୍ୱାର ଛାଡି ବାହାରିଗଲେ

ସେ ବି କାହାକୁ ନ କହି ପଳେଇଗଲା

ଓଃ।ଦିନ ରାତି କି ଗଧ ଖଟଣୀ

ତା ସାଙ୍ଗକୁ ପଇସାର ଦକ

ଭୋକ ଶୋଷ ସବୁ ସାତ ସପନ

ଧୈର୍ଯ୍ୟ ଆଶା ମିଶା ମିଶି ହୋଇ ଝୁଣି ଝୁଣି ଖାଉଛ ନ୍ତି ତାକୁ

ଦିନେ ହଠାତ ଠିକାଦାର ର ଅଜାଣତରେ

ଲୁଚି ପଳେଇଆସିଲା

ଗାଡ଼ିରେ ବସୁବସୁ କଣ୍ଡକ୍ଟର ପଇସା ମାଗିଲା

ଆଖି ମୁହଁ ଲାଲ ହୋଇଗଲା ତାର


ଗୋଡ଼ ଧରି କାନ୍ଦୁ କାନ୍ଦୁ ପାଟିରୁ ଏତିକି ବାହାରିଗଲା

ବାବୁ ମୁଁ ଗୋଟେ ଦାଦନ ଶ୍ରମିକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract