ବନ୍ଦିନୀ
ବନ୍ଦିନୀ
ତୁମେ ଭାବର ସମ୍ରାଟ ମୁଁ ଶବ୍ଦର ରାଣୀ
ପ୍ରଥମ ଦେଖାରେ ମୋର ମନ ନେଲ କିଣି
ଯୌବନରେ ଭରା ତୁମ ଅକୁହା ଚାହାଣୀ
ଲେଖିଦେଲା ମୋ ହୃଦରେ ପ୍ରେମର କାହାଣୀ
କବିତାରେ ଥିଲା ତୁମ ସମ୍ମୋହନ ବାଣୀ
କାହିଁକି କେଜାଣି ମୁଁ ଯେ ହୋଇଗଲି ଟାଣି
ଭାବରେ ହଜିଲି କ୍ଷଣେ କବିତାଟି ଶୁଣି
କବିତାରେ କହୁଥିଲ ପ୍ରିୟା ମୋ' ମୋହିନୀ
ଛନ୍ଦେ ଛନ୍ଦେ ନାଚୁଥିଲା ମୋ' ମନ ତରୁଣୀ
ହସୁଥିଲ ଟିକେଟିକେ ହୃଦ କଥା ଜାଣି
ପ୍ରଥମ ପ୍ରେମର ରଙ୍ଗ ଦେହେ ଦେଲ ବୁଣି
ପ୍ରୀତିଭରା ଶିକୁଳିରେ ହେଲି ମୁଁ ବନ୍ଦିନୀ
ଗୋଲାପର ଗୁଚ୍ଛଟିଏ ହାତେ ଦେଲ ଆଣି
ପ୍ରୀତିରଙ୍ଗେ ଢାଳିଦିଅ କରିଲ ମାଗୁଣି

