STORYMIRROR

Jayashree Maharana

Romance

2  

Jayashree Maharana

Romance

ବନ୍ଦିନୀ

ବନ୍ଦିନୀ

1 min
143

ତୁମେ ଭାବର ସମ୍ରାଟ ମୁଁ ଶବ୍ଦର ରାଣୀ

ପ୍ରଥମ ଦେଖାରେ ମୋର ମନ ନେଲ କିଣି

ଯୌବନରେ ଭରା ତୁମ ଅକୁହା ଚାହାଣୀ

ଲେଖିଦେଲା ମୋ ହୃଦରେ ପ୍ରେମର କାହାଣୀ


କବିତାରେ ଥିଲା ତୁମ ସମ୍ମୋହନ ବାଣୀ

କାହିଁକି କେଜାଣି ମୁଁ ଯେ ହୋଇଗଲି ଟାଣି

ଭାବରେ ହଜିଲି କ୍ଷଣେ  କବିତାଟି ଶୁଣି

କବିତାରେ କହୁଥିଲ ପ୍ରିୟା ମୋ' ମୋହିନୀ


ଛନ୍ଦେ ଛନ୍ଦେ ନାଚୁଥିଲା ମୋ' ମନ ତରୁଣୀ

ହସୁଥିଲ ଟିକେଟିକେ ହୃଦ କଥା ଜାଣି

ପ୍ରଥମ ପ୍ରେମର ରଙ୍ଗ ଦେହେ ଦେଲ ବୁଣି

ପ୍ରୀତିଭରା ଶିକୁଳିରେ ହେଲି ମୁଁ ବନ୍ଦିନୀ


ଗୋଲାପର ଗୁଚ୍ଛଟିଏ ହାତେ ଦେଲ ଆଣି

ପ୍ରୀତିରଙ୍ଗେ ଢାଳିଦିଅ କରିଲ ମାଗୁଣି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance