STORYMIRROR

Amit Bal

Abstract Tragedy Action

3  

Amit Bal

Abstract Tragedy Action

ବନ୍ଦୀ

ବନ୍ଦୀ

1 min
236

କିଏ ଜାଣେ ଏ ଶୂନ୍ୟ କପାଳରେ କ'ଣ ଅଛି ଲେଖା

ଆଜି ବଞ୍ଚିଛି କାଲିକି ଆଉ ହେବ କି ନାହିଁ ଦେଖା,

ମୁକୁଳା ହୋଇ ବି ସଂସାର ଭିତରେ ସମସ୍ତେ ବନ୍ଦୀ

ଜୀବନ ଗଡି ଚାଲିଛି ସୁଖଦୁଃଖରେ ଗୋଟାପଣେ ଛନ୍ଦି


ଭୟ ଏଠି କେତେ ବେଳେ ନିଜେ ହାରିଯିବାର

ପୁଣି କେବେ ଆପଣା ଲୋକ କୁ ହରେଇ ଦେବାର,

ତଥାପି କଣ ଲଂଘି ହୁଏ ପ୍ରକୋପ ଏ କରୋନାର


ଦୀର୍ଘ ଦିନର ଏ ଗୃହବନ୍ଦୀ ଜୀବନ ବ୍ୟତିବ୍ୟସ୍ତ କରେ

ମଣିଷ ନିଜକୁ ଗଣେ ସତେ ଅବା ଅପରାଧୀ ଭିତରେ

କେତେ ଦିନ ରହିବ ଏ ବିଷାଦର ଛାଇ ଦୁର୍ଦ୍ଦିନ ହୋଇ

ନା ମୁଁ ଜାଣିଛି ନା ଏ ମଳିନ ମହୀରେ କେ ପାରିବ କହି,


ମୃତ୍ୟୁ ଅପେକ୍ଷା କରିଛି ଚୁପଚାପ୍ ବନ୍ଦୀର ଘର ଦୁଆରେ

ତାର ଟିକିଏ ଅସାବଧାନତା ତାକୁ ଭାରି ପଡ଼ି ପାରେ

ସମୟର ଏ ଅସ୍ତବ୍ୟସ୍ତ ଅଭିଶପ୍ତ ଘଡିସନ୍ଧି ମୂହୁର୍ତ୍ତ ରେ ,


ବନ୍ଦୀ ଜୀବନର ସେ କରୁଣ ଗାଥା ସତେକି ମରଣଯନ୍ତା

ନିଃସଙ୍ଗ କିଂକର୍ତ୍ତବ୍ଯବିମୂଢ ମାନବର ମନର ବ୍ୟଥା

ନୀରବ କୋଳାହଳ ମଧ୍ୟରେ ପୂର୍ବର ସ୍ଥିତିକୁ ଝୁରି ଝୁରି

ସୁନୀଳ ଆକାଶେ ଖଣ୍ତିଉଡା ଦେଉଥିବା ପକ୍ଷୀଟେ ପରି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract