STORYMIRROR

Arjuni charan Behera

Inspirational Others Children

4  

Arjuni charan Behera

Inspirational Others Children

ବନ୍ଦଇ ବରଦା ଗଣେଶ

ବନ୍ଦଇ ବରଦା ଗଣେଶ

1 min
38


ଶୁକ୍ଳ ଚତୁର୍ଥୀ ମାଘ ମାସ l

     ବନ୍ଦଇ ବରଦା ଗଣେଶ ll

ବର ଦାୟକ ଭଗଵାନ l

     ସୁନ୍ଦର ଲଲାଟେ ଚନ୍ଦନ ll

ବନ୍ଦଇ ଦେବ ଗଣପତି l

    ପୂଜା ଆରମ୍ଭେ ତବ ସ୍ତୁତି ll

ବନ୍ଦଇ ଦେବ ଗଜାନନ l

     ଶଙ୍କର ଗଉରୀ ନନ୍ଦନ ll

ବନ୍ଦଇ ପ୍ରଭୁ ବିନାୟକ l

   ଭୋ ସର୍ବ ସିଦ୍ଧି ପ୍ରଦାୟକ ll

ବନ୍ଦଇ ପ୍ରଭୁ ବିଘ୍ନରାଜ l

    ପାଶ ଅଙ୍କୁଶ ବେନି ଭୁଜ ll

ବନ୍ଦଇ ଦେବ ଲମ୍ବୋଦର l

      ସୁନ୍ଦର ପୃଥୁଳ ଜଠର ll

ବନ୍ଦଇ ପ୍ରଭୁ ବିଦ୍ୟାପତି l

     ରିଦ୍ଧି ସିଦ୍ଧିଙ୍କ ପ୍ରାଣପତି ll

ବନ୍ଦଇ ପ୍ରଭୁ ବିଘ୍ନେଶ୍ୱର l

     ସର୍ଵ ବିଘ୍ନକୁ ରଖୁ ଦୂର ll

ବନ୍ଦଇ ମୂଷିକ ବାହନ l

    ବିଦ୍ୟା ବିନୟ ଭଗବାନ ll

ବନ୍ଦଇ ପ୍ରଭୁ ବିଦ୍ୟାଦାତା l

     ଉତ୍ତରୀ ସୁବର୍ଣ୍ଣ ପଇତା ll

ବନ୍ଦଇ ସର୍ବ ଶାସ୍ତ୍ର ଜ୍ଞାତା l

  ଭୋ ଶୁଭ ବିଦ୍ୟା ବୁଦ୍ଧି ଦାତା ll

ବନ୍ଦଇ ଦେବ ଦେବନାହା l

   ମୋଦକ ହସ୍ତ ଚୋଉବାହା ll

ବନ୍ଦଇ ପ୍ରଭୁ ବକ୍ରତୁଣ୍ଡ l

       ସୁନ୍ଦର ତବ ଗଜମୁଣ୍ଡ ll

ବନ୍ଦଇ ଦେବ ବିଘ୍ନରାଜ l

    ଦେବଙ୍କ ମଧ୍ୟେ ଅଗ୍ରପୂଜ୍ୟ ll

ବନ୍ଦଇ ପ୍ରଭୁ ଆଶୀର୍ହସ୍ତ l

     ହର ମୋ ଅଜ୍ଞାନ ସମସ୍ତ ll

ନମସ୍ତେ ଗଣେଶ ବିଘ୍ନେଶ l

     ଚରଣେ ଶରଣ ମୁଁ ଦାସ ll

       


Rate this content
Log in

Similar oriya poem from Inspirational