STORYMIRROR

Minakshi Samal

Romance

3  

Minakshi Samal

Romance

ବନ୍ଧୁତ୍ବର ପରିଭାଷା

ବନ୍ଧୁତ୍ବର ପରିଭାଷା

1 min
143


ସ୍ନେହର ବନ୍ଧନ ପ୍ରେମର ଭାଷା

ମନର ଗହନ କୋଣର ଭାଷା

ମନକଥା ଖୋଲି କହିବା ପାଇଁ

ସାଥୀ ଟିଏ ସଦା ଖୋଜଇ ମୁହିଁ।


ବନ୍ଧୁ ପଢିପାରେ ଆଖିର ଭାଷା

ଅନ୍ତର ଦହନ,ରାଗ ଓ ରୁଷା

ବାଣ୍ଟିପାରେ ବନ୍ଧୁ ସୁଖ ଓ ଦୁଃଖ

ହୁଏନାହିଁ ତିଳେ ଏଥୁ ବିମୁଖ।


ସଚ୍ଚା ବନ୍ଧୁଟିଏ ଥାଏ ଯାହାର

ଭାଗ୍ୟବାନ ସିଏ ଅଟଇ ନର

ସୁଖରେ ଦୁଃଖରେ ବନ୍ଧୁ ତାହାର

ଥରେ ଡାକିଦେଲେ ହୁଏ ହାଜର।


ସେଥିପାଇଁ ପରା ଦୁନିଆଁ କହେ

ବନ୍ଧୁ ପରି ବନ୍ଧୁ ଅଟଇ ସିଏ

ସାଥୀର ଦୁଃଖକୁ ଯେ ଆପଣାଏ

ବିପଦେ ଆପଦେ ଯେ ଛିଡାହୁଏ।


ନର ବା ପଶୁ ସିଏ ହୋଇପାରେ

ହୃଦୟ ତ ବିଦ୍ୟମାନ ଶରୀରେ

ଅନ୍ତରର ଭାଷା ବୁଝି ଯେ ପାରେ

ବନ୍ଧୁତ୍ବ ତାହାକୁ ପ୍ରଣାମ କରେ।



Rate this content
Log in

Similar oriya poem from Romance