STORYMIRROR

SARATA KUMAR DAS

Abstract

2  

SARATA KUMAR DAS

Abstract

ବନ୍ଧୁତ୍ବର ନିବେଦନ

ବନ୍ଧୁତ୍ବର ନିବେଦନ

1 min
116

ହେ ବିଶ୍ବ ନିୟନ୍ତା ବିଶ୍ବର ଦେବତା

ବିଶ୍ବପତି ବିଶ୍ବପ୍ରାଣ

ଆରତ ଜନଙ୍କ ଆର୍ତ୍ତ ଦୂର ପାଇଁ 

ତମେ ପରା ଆର୍ତ୍ତତ୍ରାଣ


ମିଛ ଏ ସଂସାର ମିଛ ଏ ଜୀବନ

ଚଉଦିଗ ମାୟା ମୋହ

ତମ ଭଳି ବନ୍ଧୁ ପାଖେ ଥିଲେ ମୋର

କାହାକୁ ଡରିବି କୁହ


ଦୁଃଖରେ ସୁଖରେ ସାଥୀ ତମେ ମୋର

ତମେ ମୋର ହସ ଲୁହ

ତମେ ମୋର ଭାଗ୍ୟ ତୁମେ ଭବିଷ୍ୟତ 

ତମେ ମୋ ମନର କୋହ


ଯେତେ ଦୁଃଖ ପାର ଦିଅ ମୋତେ ବନ୍ଧୁ 

କରିବିନି ପ୍ରତିବାଦ

କଣ୍ଟକିତ ପଥେ ଚାଲୁଥିବି ବାଟ 

ବାଢୁଥିବି ନଇବେଦ୍ୟ  


ଅସରା ଲୁହରେ ପୂରା ମୋ ପସରା

ଭାଙ୍ଗିଛି ସପନ କେତେ

ଜଉଘରେ ମୋର ଜଳୁଛି ଜୀବନ

ପର କରିବନି ମୋତେ


ମାଗୁନି ବନ୍ଧୁ ହେ ସୁଖ କି ସମ୍ପଦ

ମାଗୁନାହିଁ ପାରିଜାତ

ମାଗୁଛି ଏତିକି ଜୀବ ଗଲାବେଳେ

ଥିବ ଶିରେ ତମ ହାତ 


ମଶାଣିରେ ଯେବେ ଜଳୁଥିବ ଜୁଇ

ଦୂରେ ଦେଉଥିବ ହସି

ଜଳନ୍ତା ଜୁଇରେ ତମ ଚକା ଆଖି 

ଦେଖୁଥିବି ହୋଇ ଖୁସି


ଏତିକି ବୀନତି ରଖିବ ବନ୍ଧୁ ହେ

ଝରାଇବ ନାହଁ ଲୁହ

ତୁମେ ଯଦି ବନ୍ଧୁ ଲୁହ ଝରାଇବ

କାହାକୁ କହିବି କୁହ


ବନ୍ଧୁ ସୁଦାମା ମୁଁ ପାରିବିନି ହୋଇ

ଅଳି ମୁଁ କରିବି କାହିଁ

ତଥାପି ମାଗିବି ମୁଠେ ଖୁଦ ଭଜା

ଜନମ ଜନମ ପାଇଁ


ସ୍ନେହ ଶରଧାର ଡୋରି ଲମ୍ବିଥାଉ

ଅତୁଟ ହେଉ ବନ୍ଧନ

ତମ ଭଳି ବନ୍ଧୁ ସଦା ମିଳୁଥାଉ

ଅମୃତ ଲଭିବ ପ୍ରାଣ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract