STORYMIRROR

Sumitra mishra

Tragedy

4  

Sumitra mishra

Tragedy

ବନ୍ଧୁତ୍ବ

ବନ୍ଧୁତ୍ବ

1 min
276


ବନ୍ଧୁତ୍ବ ଶବ୍ଦର    ଅର୍ଥ ପରିବ୍ୟାପ୍ତ

    ବୁଝିପାରିଲେ ସେ ମିଠା,

ବନ୍ଧୁ ଦିଏ ବଳ    ବନ୍ଧୁ ହିଁ ସାହସ

     ବନ୍ଧୁ ହିଁ ସୃଷ୍ଟିରେ ଶ୍ରେଷ୍ଠ ।


ବନ୍ଧୁ ପୁଷ୍ପଟିଏ      ନନ୍ଦନବନର

     ସଦା ଶୋଭା ପାଉଥାଏ,

ବନ୍ଧୁର ଅସ୍ତିତ୍ଵ    ଆର ବନ୍ଧୁ ବୁଝେ

    ପାଶେ ଯେବେ ସେ ନଥାଏ ।


ମନ ଗହନର     ଦରଦ କଥାକୁ

      ବନ୍ଧୁଟିଏ ବୁଝିପାରେ,

ବନ୍ଧୁ ହିଁ ବିଶ୍ଵାସ    ବନ୍ଧୁ ହିଁ ଭରଷା

     ଅଚିରେ ତାହାକୁ କୁହେ ।


ବନ୍ଧୁ ପାରିଜାତ   ଜୀବନ ବନରେ

   ‌   ସଦା ପ୍ରସନ୍ନ ଏ ମନ,

ସଭିଙ୍କୁ ମିଳେନା   ଏ ଅମୂଲ୍ୟ ରତ୍ନ

    ପାଏ ଯିଏ ଭାଗ୍ୟବାନ ।


ବନ୍ଧୁ ପାଶେ ଥିଲେ  ଯାନି ଓ ଯାତ୍ରା

     ଖୁସି ହୁଏ ଦୁଇଗୁଣ,

ଉତ୍ତମ ବନ୍ଧୁଟେ  ତାକୁ ହିଁ ତ ମିଳେ

    ଭାଗ୍ୟ ଥାଏ ଯାର ଟାଣ ।


ବନ୍ଧୁତ୍ବ ଦେଖେନି   ଧନୀ ଓ ଗରିବ

     ମନ ଯଦି ମିଶିଯାଏ,

ଅହଂକାର ଭାବ   ଟିକିଏ ମିଶିଲେ

     ପୂର୍ଣ୍ଣଚ୍ଛେଦ ପଡିଯାଏ ।


ବନ୍ଧୁ ଶ୍ରେଷ୍ଠ ଥିଲେ  କୃଷ୍ଣ ଓ ସୁଦାମା

     କଥା ଅଛି କାଳକାଳ,

ଉତ୍ତମ ବନ୍ଧୁଟେ ଭାଗ୍ୟେ ଥିଲେ ମିଳେ

   ନହେଲେ ହେବ ତୋ କାଳ ।


      


Rate this content
Log in

Similar oriya poem from Tragedy