STORYMIRROR

Sarojini Jena

Abstract

4  

Sarojini Jena

Abstract

ବନ୍ଧୁତା

ବନ୍ଧୁତା

1 min
309


କୃଷ୍ଣଙ୍କର ବନ୍ଧୁ ସୁଦାମା ସୁବଳ

       ନାଁ ପୁରାଣେ ଲିପିବଦ୍ଧ ହୋଇଲା,

ହୋଇ ରାଜ ରାଜ ଦ୍ୱାରିକାର ରାଜ

        ସୁଦାମାଙ୍କୁ କୃଷ୍ଣ ନ ଭୁଲିଲେ


ପିଲାଦିନ ବନ୍ଧୁ ନ ପାସୋରି ମନୁ

         ନିଜ ହୃଦ ସିଂହାସନେ ବସାଇଲେ,

ବନ୍ଧୁ ପତ୍ନୀ ଠାରୁ ଖୁଦ ଭଜା ଖାଇ

         ମନ ଆତ୍ମା ସବୁ ସାର୍ଥକ କଲେ


ଉତ୍ତମ ବନ୍ଧୁତା ପ୍ରୀତିଭରେ ବନ୍ଧା

          କାଳ କାଳକୁ ସେ ଯଶ ରଖିଲେ,

ଲୁହ ପୋଛି ଚକ୍ଷୁ କରି ଆଲିଙ୍ଗନ

         ପଦସେବା ମାଧବ ନିଜେ କରିଲେ ।


ଭଙ୍ଗା କୁଟୀର ଯେ ଥିଲା ବନ୍ଧୁଙ୍କର

           ଏ ଅପୂର୍ଵ ମିଳନେ ସମାଧି ନେଲା,

ଦୁଃଖ ଭରେ ଚାହାଣି ଅନାଇ ବନ୍ଧୁଙ୍କୁ

            ରାଜ ମହଲ ସେ ତୋଳାଇଦେଲେ ।


ଅକୁହା କଥା ଯେ କହି ହୋଇ ଯାଏ

             ଘଟିଥାଏ ପରା ଅପୂର୍ବ ମିଳନ,

ବନ୍ଧୁତା ସମ୍ପର୍କ ପୁରାଣ ପୋଥିରେ

             ଏ ପରି ଅନେକ ହୋଇଛି ବର୍ଣ୍ଣନା ।


ବନ୍ଧୁତା ସ୍ଥାପନେ ବଢ଼ଇ ବିଶ୍ୱାସ

              ଚିର ଦିନ ସମ୍ପର୍କ ନିବିଡ଼ ରହେ,

ସୁଖ ଦୁଃଖ ଯିଏ ଭାଗିଦାର

              ନିଶ୍ଚୟ ବନ୍ଧୁଟି ସେହିତ ହୁଏ ।


ମନର ଭାବନା ମନର ଯାତନା

              ପ୍ରକାଶିତ ହୁଏ ବନ୍ଧୁ ପାଶରେ,

ବନ୍ଧୁ ପରା ଅଟେ ସାହାସ ଧୈର୍ଯ୍ୟ

              ଅବେଳରେ ସିଏ ସାହା ହୁଏରେ ।


ସୁଗ୍ରୀବର ବନ୍ଧୁ ପାଇ ରାମଚନ୍ଦ୍ର

              ଲଙ୍କାଗଡ଼ ଧ୍ବଂସ କରିଥିଲେ,

ପାଇ ସାହାରା ବିଭୀଷଣ ବନ୍ଧୁ

              ସୀତା ସତୀଙ୍କୁ ସେ ଉଦ୍ଧାର କଲେ ।


ଭକତ ବିଦୁର ଶାଗ ଭଜା ଖାଇ

              ଜଗତ କର୍ତ୍ତା ଯେ ତୋଷ ହୋଇଲେ,

ବନ୍ଧୁ ମହାନ୍ତିର ମର୍ଯ୍ୟାଦାକୁ ରଖି

             ଜଗନ୍ନାଥ ପରା ଇତିହାସେ ନା ରଚିଲେ ।


ପଙ୍ଗୁ ଲଙ୍ଘଇ ଗିରି ଅନ୍ଧ ପାଏ ଚକ୍ଷୁ

             ଯେବେ ଭଲ ବନ୍ଧୁ ପାଶେ ମିଳଇ,

ହାତେ ହାତ ରଖି ହୃଦୟକୁ ଯୋଖି

               ଏ ଭବ ସାଗର ପାରି ହୁଅଇ


ବିପଦ ସମୟେ ସାହାଯ୍ୟର

            ହାତ ଯିଏ ବଢାଏ,

 ଯୁଗ ଯୁଗ ପାଇଁ ବନ୍ଧୁର ଆସନେ

             ରାଜା ସେ ହୁଏ l


Rate this content
Log in

Similar oriya poem from Abstract