STORYMIRROR

LALIT MOHAN DASH

Abstract Inspirational

4  

LALIT MOHAN DASH

Abstract Inspirational

ବନ୍ଧୁତା ଦିବସ

ବନ୍ଧୁତା ଦିବସ

1 min
311

ଡେଇଁ ତେର ନ ଇ ସାତ ସାଗର

ମନ ଖୋଜୁଥାଏ ସଖାସୋଦର

ବନ୍ଧୁ ମଧ୍ୟ ଆମ ପରିବାରର

ହିତ ସାଧୁଥାଏ ସଦା ଆମର


ସୁଖଦୁଃଖ ଆମ ଅସୁବିଧାରେ

ବନ୍ଧୁ ହିଁ ଆମକୁ ସାହାଯ୍ୟ କରେ

ବନ୍ଧୁ ଥିଲେ ଆମ କେତେ ସାହସ

ବନ୍ଧୁ ର ପରଶେ ମନ ହରଷ ।


ଅଗଷ୍ଟ ମାସର ରବିବାର ଟି

ପ୍ରଥମେ ସେ ଆସେ ଭଲ ଦିନଟି

ବନ୍ଧୁତ୍ଵ ଦିବସ ସଂସାରେ ଗଣା

ହସଖୁସି ଆଜି ନୁହଁଇ ଉଣା।।


ହେ,ବ୍ୟବସାୟୀ ଜୟସେ ହାଲ୍

ଭଲା ଏ ଦିବସ ଆରମ୍ଭ କଲ

ସଂସଦ ଭବନ ଆମେରିକାର

କହିଲେ ଏହାକୁ ପାଳନ କର।।


ଉଣେଇଶିଶ ପଞ୍ଚତ୍ରିଶରୁ

ଅଗଷ୍ଟ ପ୍ରଥମ ରବିବାରରୁ

ଦେଶ ବିଦେଶରେ ଆରମ୍ଭ ହେଲା

ବନ୍ଧୁତ୍ଵ ଦିବସ ନାମ ବହିଲା।।


ସାପ୍ତାହିକ ଛୁଟି ରବିବାର ଟା

କାମଧନ୍ଦା ନାହିଁ ଖାଲି ଦିନଟା

ସାଂଗସାଥି ମେଳେ ଖୁସି ମନାଅ

ଉପହାର ଦେଇ ମନ ମିଳାଅ।।


କଣ୍ଣ ଦୁର୍ଯୋଧନ କୃଷ୍ଣ ସୁଦାମା

ପାଞ୍ଚାଳୀ ଶ୍ରୀ କୃଷ୍ଣ ବଂଧୁ ଗାରିମା

ବନ୍ଧୁ ସ୍ନେହ ପ୍ରେମ ଅଟେ ଅସୀମ

ଇତିହାସ ତାଙ୍କ ଗାଉଛି ନାମ ।।


ମଣିଷ ଜୀବନ ଦି ଦିନ ପାଇଁ

ବନ୍ଧୁ ବିନା ଦିନ ସରିବ ନାହିଁ

ମନର ସୁସ୍ଥତା ଭାବ ପ୍ରବଣ

ବନ୍ଧୁତ୍ଵ ଦିଅଇ ମହତ ଗୁଣ।।


ବନ୍ଧୁ ସଖା ତୁମ ବଢ଼ି ବ ଯେତେ

ନିର୍ବିଘ୍ନ ସୁଫଳ ପାଇବ ସେତେ

ଜୀବନ ତୁମର ସରସ ହେବ

ହସ ଖୁସି ରେ ହିଁ ଦିନ କଟିବ।।


Rate this content
Log in

Similar oriya poem from Abstract