STORYMIRROR

MISHRA HRUSIKESH

Classics

3  

MISHRA HRUSIKESH

Classics

ବନ୍ଧୁତ୍ୱ

ବନ୍ଧୁତ୍ୱ

1 min
321


ଜୀବନଠୁ ଲାଗେ ଅତି ଆପଣାର 

ବନ୍ଧୁଟିଏ ଜୀବନରେ,

ବିପଦେ ଆପଦେ ହାତ ଧରି ସିଏ

ଚାଲଇ ସଦା ସାଙ୍ଗରେ


ଅରଜିବା କେତେ ଧନ ଦଉଲତ

ନାହିଁ ସୀମା ସରହଦ,

ବନ୍ଧୁଟିଏ ଯଦି ନଥିବ ଜୀବନେ

ତୁଛ ଯେ ସବୁ ସମ୍ପଦ


କେ କହିପାରିବ କାହାକୁ ବାଛିବ 

ବନ୍ଧୁ ବୋଲି ଏ ସଂସାରେ,

ସୁଖର ବନ୍ଧୁ ଯେ ଦୁଃଖରେ ନଥାନ୍ତି 

ଭାବିଲେ ଲୋତକ ଝରେ


ଉଚିତ ବନ୍ଧୁ ସେ ଜଗତେ ବୋଲାଏ

ବିପଦେ ହୋଇଲେ ସାହା,

ସୁଖରେ ନଥାଇ ଦୁଃଖ ବେଳେ ଯିଏ

କରୁଥାଏ ନିତି ଆହା


ହାତ ଧରି ଯାର ସଂସାର ଗଢ଼ିବ

ଭାବିବ ଯେ ତାକୁ ବନ୍ଧୁ,

ନ ଦେବ ସେ ଧୋଖା ନ ହୋଇବ ଏକା

ଲଙ୍ଘିବ ସଂସାର ସିନ୍ଧୁ


ବନ୍ଧୁ ଯଦି ହେବ ଜଗବନ୍ଧୁଙ୍କର

ନଥିବ ଜୀବନେ ଭୟ,

ସବୁ ଛାଡି ମନ ଜପ ରାତି ଦିନ

ଜୟ ଜଗନ୍ନାଥ ଜୟ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics