ବନ୍ଧୁ
ବନ୍ଧୁ
ନିଜ ଠୁଁ ନିଜର ହେଲ ତୁମେ ବନ୍ଧୁ
ଯେବେ ବଢ଼େଇଲ ହାତ
ହାତ କୁ ହାତରେ ଛନ୍ଦି ଦେଇ ତୁମେ
ଦୁଇ ଥିଲେ ହେଲେ ଏକ !!
ମୁଁ ଥିଲି ଏକ ମାଟିର ପ୍ରତିମା
ନଥିଲା ମୋ ରଙ୍ଗ ରୂପ
ପ୍ରୀତିର ପିୟୁଷ ଢାଳିଦେଇ ତୁମେ
ଦେଲ ମୋତେ ଜୀବନ୍ୟାସ !!
ଭଲ ପାଇବାର ରଙ୍ଗ ଓ ତୁଳୀରେ
ରୂପ କଲ ଊଜୀବିତ
ମୁକ ଟିଏ ଥିଲି ପାଟି ଖୋଲି ଦେଲ
ଦେଇ ଭରସା ବିଶ୍ୱାସ !!
ବଞ୍ଚିବାର ଆଶା ମନେ ଭରିଦେଲ
ଦେଇ ପ୍ରେମ ଅବାଂଛିତ
କୋଳେ ଭରିଦେଲ ମାତୃତ୍ୱ ର ସୁଖ
ଆମରି ପ୍ରେମ ସନ୍ତକ !!
ସାରା ଜୀବନର ଦୁଃଖ ବାଣ୍ଟି ନେଲ
ଧରିଲ ଯେବେ ମୋ ହାତ
ତୁମରି ସୁଖକୁ ପାଥେୟ କରିମୁ
ବଞ୍ଚିଛି ଜୀବନ ଜାକ !!
ଅଧା ବାଟୁ ମୋର ହାତ ଛାଡିବନି
ଯିବା ହୋଇ ଏକ ସାଥ
ଚାଲିବା ସରିବ ଜୀବନ ସଡକେ
ଯୁଇ ରେ ହୋଇବା ଶେଷ !!