STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ବନ୍ଧୁ

ବନ୍ଧୁ

1 min
326

ବନ୍ଧୁ ଶବ୍ଦ ଅଟେ ପବିତ୍ର ଶବ୍ଦଟି

  କଳଙ୍କିତ କଳିଯୁଗେ,

ବନ୍ଧୁ ଶବ୍ଦ ଏବେ ସ୍ବାର୍ଥରେ ଜଡ଼ିତ

  କାମନା ରହିଛି ଆଗେ।


ବିପଦ କାଳରେ ବନ୍ଧୁ ସହଯୋଗ

  ବନ୍ଧୁ ପରିଚୟ ପରା,

ଦୁଃଖର ସମୟେ କରୁଅଛି ବନ୍ଧୁ

  ଏବେ ଆଲୋଚନା ପରା।


ଆହୁରି ବିପଦ ଭୋଗୁ ବନ୍ଧୁ ତାର

  ରଖେ ବନ୍ଧୁ ମନଭାବ,

ହସୁ ଥାଏ ସେହୁ ବନ୍ଧୁର କଷ୍ଟରେ

  ବନ୍ଧୁ ଦେଖାଣିଆ ଭାବ।


ଏପରି ବନ୍ଧୁକୁ ବନ୍ଧୁ କି କହିବା

  ଅଦୃଶ୍ୟରେ ଶତ୍ରୁ ଭାବ,

କରେ କଳଙ୍କିତ ବନ୍ଧୁର ଶବ୍ଦକୁ

  ହୃଦେ ନାହିଁ ମିତ୍ର ଭାବ।


ସ୍ବାର୍ଥର ନିମନ୍ତେ ବନ୍ଧୁ କରି ଅଛି

  ଜୀବନ ଉଦ୍ଦେଶ୍ୟ ତାର,

ଚିହ୍ନିତ କରହେ ଏପରି ବନ୍ଧୁକୁ

  କାଳ ହେବ ବନ୍ଧୁ ତୋର।


କୃଷ୍ଣ ସୁଦାମାର ବନ୍ଧୁତାକୁ ଦେଖ

  କି ପରି ଟି ବନ୍ଧୁ ଥିଲେ,

ଅତିହିଁ ଗରିବ ବିପ୍ର ସେ ସୁଦାମା

  ବନ୍ଧୁ ପ୍ରଭୁଙ୍କର ଥିଲେ।


ବ୍ରହ୍ମାଣ୍ଡ ଠାକୁର ବନ୍ଧୁ ପାଦ ଘସେ

  କିପରି ବନ୍ଧୁତା ସେହୁ,

ପ୍ରେମ ଭକ୍ତି ଶ୍ରଦ୍ଧା ବନ୍ଧୁରେ ରହିଛି

  ବନ୍ଧୁର ବନ୍ଧୁତା ଏହୁ।


ଦୁଃଖିତ ଜୀବନେ ସାହାଯ୍ୟ କରିଲେ

  ବାଲ୍ୟବନ୍ଧୁ ପରା ତାଙ୍କ,

ନାହିଁ ନିବେଦନ ସୁଦାମାଙ୍କ ତହିଁ

  ବନ୍ଧୁ ପ୍ରୀତି ପ୍ରେମ ତାଙ୍କ।


ବନ୍ଧୁ ବନ୍ଧୁ ପ୍ରୀତି ପ୍ରେମର ସାଗର

  ବହୁ ଥିଲା ଶ୍ରଦ୍ଧା ଧାର,

ପ୍ରେମର ବନ୍ଧନ ବନ୍ଧୁର ବନ୍ଧନ

  ପରା ନିସ୍ବାର୍ଥର ଧାର।


ଜନଜନେ ଶିକ୍ଷା ବନ୍ଧୁ ବନ୍ଧୁ ପ୍ରୀତି

  ଗୁଞୁ ଥିବ ଧରା ଧାମେ,

ପ୍ରେମ ଶ୍ରଦ୍ଧା ପ୍ରୀତି ଦୁଇ ବନ୍ଧୁଙ୍କର

  ଦିଏ ଶିକ୍ଷା ପ୍ରଭୁ ଧାମେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract