ବନ୍ଧୁ
ବନ୍ଧୁ
ଆଦାନ ପ୍ରଦାନେ ଭାବ ବିନିମୟେ
ଦେଇ ବଂଶ ପରିଚୟ
ଏସବୁରେ ବନ୍ଧୁ ନିର୍ଦ୍ଦିଷ୍ଟ ନିଶ୍ଚୟ
ଯେଣୁ ଥାଏ ପ୍ରତ୍ୟାଗ୍ରହ ।
ଘରେ ବନ୍ଧୁ ପିତା ମାତା ଭ୍ରାତା ଭଗ୍ନୀ
ବାହାରେ ତୁଲ୍ୟ ବୟସୀ
ବନ୍ଧୁ ଗଢଣୀରେ ସବୁ ଭିନ୍ନ ଭିନ୍ନ
କେହି ନୁହେଁ କାହା ଠେସି ।
ହାରାମି ପଣରେ ଅଛନ୍ତି ବି ବନ୍ଧୁ
କହିବାକୁ ନାହିଁ ଡର
ତା ମଧ୍ୟେ କଞୁସ ହୋନ୍ତି ମହାଖୁସ
ପାଉଥିଲେ ପତିଆର ।
ଅଛନ୍ତି ଆହୁରି କେତେ ବନ୍ଧୁ ବାଣ
କରିବେ ଲଢାଇ ସଦା
ଚରଚର କରି ଚାବୁଥିବେ ସଦା
କରନ୍ତିନି କେବେ ନିଘା ।
ଗାଡି ତେଲ ମୋର କିଛି ଛାଡନ୍ତିନି
ଚୋରୁଥାନ୍ତି ମୋର ସବୁ
ଘର ଖାଦ୍ୟ ଯେତେ ଖାଇବାକୁ ଆଣେ
ଖାଉଥାନ୍ତି କରି କାବୁ ।
ପଇସା ଉଧାରି ବୁଲେ ବାର ବାରି
ଝିଅ ବନ୍ଧୁ ପାଏ ଥଟା
ତଥାପି ସେ ବନ୍ଧୁ ପାଖେ ବସିଥାଏ
ପଡିଗଲେ କେବେ ଭଟା ।
ସାହସ ସହସା ପରାକ୍ରମ ଦିଏ
ଆସିଲେ କେବେ ଝଟକା
ପରିବାର ଯଦି ବିପରିତ ଥାଏ
ଦଶ କାନ୍ଧ କରେ ପକା ।
ଥରେ ଯେ ଦେଖିଛି ବନ୍ଧୁତା ପଣକୁ
ହାରାମି ପଣବି ହାରେ
ନିଜ ଜ୍ଞାତି ଜନ କରୁଥିଲେ ହୀନ
ବନ୍ଧୁ ପଣ ଏକା ପାରେ ।
ଏ ବନ୍ଧୁ ସେ ବନ୍ଧୁ ପ୍ରିୟ ସବୁ ବନ୍ଧୁ
ବନ୍ଧୁତାରେ ନାହିଁ ଭାର
ବନ୍ଧ କରି ବନ୍ଧୁ ବନ୍ଧୁକୁ ବାନ୍ଧିଲେ
ବନ୍ଧୁ ହୁଏ ନାହିଁ ଦୂର ।
ବନ୍ଧୁ ପ୍ରେମେ ପ୍ରେମ ଭରେ ମାଦକତା
ବନ୍ଧୁ ଭାବେ ଥିଲେ ଜାଣି
ବନ୍ଧୁ ଗହଣୀରେ ବନ୍ଧୁ ଗଢୁଥିବା
ବନ୍ଧୁ ଯେ ମହା ବିନ୍ଧାଣି ।
ବନ୍ଧୁ ହୋଇ ବନ୍ଧୁ ବନ୍ଧୁରେ ରହିଲେ
ବନ୍ଧୁ ନୁହେଁ କେବେ ହୀନ
ବନ୍ଧୁ ହେଲେ ପ୍ରାଣ ଗୋବିନ୍ଦେ ସୁଦାମ
ହୁଏ ସେ ବୈକୁଣ୍ଠ ସମ ।
ପ୍ରଶାନ୍ତ କୁମାର ହୋତା
