STORYMIRROR

Prabhati Debnath

Inspirational

5.0  

Prabhati Debnath

Inspirational

ବନ୍ଧୁ ବୋଲି ସିଏ ଜଣେ

ବନ୍ଧୁ ବୋଲି ସିଏ ଜଣେ

1 min
26.8K


ହେ ଜଗତବନ୍ଧୁ କୋଟି ପ୍ରାଣ ସିନ୍ଧୁ

ଯୋଗାଉ ନିତି ଆହାର,

ତୁମେ ଯେ ପବିତ୍ର କର ଚତୁର୍ଦିଗ

ଅପୂର୍ବ ଦାନ ତୁମର।।

ପଶୁ ପକ୍ଷୀ ମାନେ କରନ୍ତି ନିିିିର୍ଭର

ତୁମେ ତ ଭବିଷ୍ୟ ତାଙ୍କ,

ସବୁ ଦାନ କର ନିଃସ୍ଵାର୍ଥ ହୃଦରେ

ରଖ ସେମାନଙ୍କ ଟେକ ।।

ଉତଫୁଲ୍ଲ ପରାଣ ସବୁଜିମାରେ ଯେ

ପ୍ରତି ଟି ଜୀବ ହୃଦରେ,

ସର୍ବଂସହା ହୋଇ ସବୁ ପିଡା ସହି

ସର୍ବସ୍ବ ଦିଅ ଖୁସିରେ ।।

କେବେ ଦିଅ ବର୍ଷା କେବେ ଦିିଅ ଛାଇ

ତୁମ ମନ ମାଆ ପରି,

ତୁମରି ଦାନରେ ବାସ ଘର ହୁଏ

ମହତ ଦାନ ତୁମରି ।।

ଅଙ୍ଗାରକାମ୍ଳକୁ ଶୋଷି ନେଇ ତୁମେ

ଦିଅ ଅମ୍ଳଜାନ ଭରି,

ତୁମ ଶୁଖା ଦେହ ବ୍ୟବହାର କରି

ଘର ଆମ ଯାଏ ପୁରି ।।

ଗତିଶୀଳ ନୁହଁ ଭାଷା ବି ନ କୁୁହ

ତଥାପି ସଂସାର ଚିନ୍ତା,

ଉଦ୍ଭିଦ ନାମରେ ତୁମେ ଯେ ବିଖ୍ୟାତ

ତୁମେ ହିଁ ଜଗତକର୍ତ୍ତ। ।।


*****


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational