STORYMIRROR

Lata Behera

Abstract

4  

Lata Behera

Abstract

ବନ୍ଧନ

ବନ୍ଧନ

2 mins
386



ବନ୍ଧନ ଗୋଟାଏ ବିଶ୍ଵାସର ଡୋର 

     ସହଜରେ ଛିଣ୍ଡେ ନାହିଁ 

ଥରେ ଯଦି ସିଏ ଛିଣ୍ଡି ଯାଇଥାଏ

     ଯୋଡି ପାରନ୍ତି ନି କେହି ।


ଦୁଇଟି ମନର ମିଳନ ହୋଇଲେ

    ଆତ୍ମା ଯଦି ଏକ ହୁଏ

ସେଇ ବନ୍ଧନ ଯେ ଅତୁଟ ରହଇ 

    ନା ଭାଙ୍ଗି ପାରଇ କିଏ ।


ମନଟି ଅଟଇ ସ୍ୱଚ୍ଛର ଆଇନା

     ବିଶ୍ୱାସ ଭରସେ ବନ୍ଧା 

ଥରେ ଯଦି ତାହା କଳୁଷିତ ହୁଏ

    ସମ୍ପର୍କ ରହଇ ଅଧା ।


ଭାଇ ଭଉଣୀଙ୍କ ପବତ୍ର ବନ୍ଧନ 

    ନା' ତୁଟି ପାରି ଥାଏ

ସ୍ୱାର୍ଥ ଯଦି ତାଙ୍କୁ ଗ୍ରାସ କରି ଦିଏ 

    ଅଲଗା ହୁଅନ୍ତି ସିଏ ।


ସ୍ୱାମୀ ସ୍ତ୍ରୀଙ୍କର ବିଶ୍ୱାସ ବନ୍ଧନ 

    ସାତ ଜନ୍ମ ପାଇଁ ଥାଏ

ଅଗ୍ନି ସାକ୍ଷୀ ରଖି ସାତଫେରା ନେଇ

     କଥା ଦେଇ ଥାନ୍ତି ସିଏ ।


ହେଲେ ଆଜିକାଲି ଏଇତ ବନ୍ଧନ 

    ଅର୍ଥରେ କେତେ ଗଣନ୍ତି

ଅଧା ବାଟେ ହାତ ଛାଡି ଦେଇ ସିଏ

    ଅନ୍ୟ କାହା ସାଥେ ଯାନ୍ତି ।


କୃଷ୍ଣ ସୁଦାମାଙ୍କ ବନ୍ଧନ ନିଆରା

     ହୃଦୟେ ପୁଲକ ଜାଗେ

କେତେ ଶରଧାରେ ଖୁଦ ଭଜା କୃଷ୍ଣ 

     ଗୋଟାଇ ଖାଇଲେ ଆଗେ ।


ଏମିତି ବନ୍ଧନ ବହୁତ କମ୍ 

    ଦେଖିବାକୁ ମିଳି ଥାଏ

ସମ୍ପଦ ବନ୍ଧନେ ସମସ୍ତେ ଥାଆନ୍ତି 

    ବିପଦେ ନ ଥାନ୍ତି କିଏ ।


କୃଷ୍ଣ ଅର୍ଜୁନଙ୍କ ସଖାର ବନ୍ଧନ

 &n

bsp; ଭୁଲି କି ପାରିବ କିଏ

ଏକ ଆତ୍ମା ଏକ ମନ ହେଇ ଥିଲେ

    ଦିତି କୃଷ୍ଣ କୁହାଯାଏ ।


ସତ୍ୟ ସଚ୍ଚୋଟର ବନ୍ଧନର ସାଙ୍ଗ 

   ଶହେ କେ ଗୋଟିଏ ଥାନ୍ତି

ଅନେକ ସାଙ୍ଗ ଯେ ବିପଦ ଆଣନ୍ତି 

    ବନ୍ଧନ ଛିଣ୍ଡାଇ ଦ୍ୟନ୍ତି ।


ରାଧା ମୀରା କୃଷ୍ଣ ପ୍ରେମର ବନ୍ଧନ

    ଅଛି ଯୁଗ ଯୁଗ ପାଇଁ 

କେତେ ନିନ୍ଦା ଅପବାଦ ସହି ଷ ଏ

    ନା ଥିଲେ କେବେ ଦୂରେଇ ।


ତାଙ୍କ ସେଇ ପ୍ରେମ ପବିତ୍ର ବନ୍ଧନ 

    ଲେଖାଅଛି ପୁରାଣରେ

କେତେ ସୁନ୍ଦର ରେ ଲୀଳା କରୁଥିଲେ

    ଯମୁନା ନଦୀର ତୀରେ ।


ଭକ୍ତ ଭଗବାନ ବନ୍ଧନ ଏମିତି 

   ଆଖି ନିଦ ହଜିଯାଏ

ଭକତ ଦୁଃଖରେ ଦୁଃଖୀ ହେଇ ପ୍ରଭୁ

    ଭକ୍ତ ବାଟ ଚାହିଁ ଥାଏ ।


ଆଜିକାଲି ସ୍ୱାର୍ଥ ବନ୍ଧନରେ ବନ୍ଧା

    ଚାଲିଛି ଏଇ ଦୁନିଆ

ସ୍ୱାର୍ଥ ସରିଗଲେ ବନ୍ଧନ ତୁଟଇ

   ସାଥି ଦି ଦିନ କୁଣିଆ ।


ଛଳନା କପଟ ମିଛ ସ୍ନେହ ଜାଲ 

    ବନ୍ଧନେ ବାନ୍ଧିଣ ଥାନ୍ତି 

ସରିଗଲେ ସ୍ୱାର୍ଥ ଆଉ ଫେରନ୍ତିନି

    ମୁହଁକୁ ବେଲେଇ ଯାନ୍ତି ।


ଆଜିକାଲି ସମସ୍କନ୍ଧ ହେଲେ ଯାଇ

   ବନ୍ଧୁ ବନ୍ଧନ ରଖନ୍ତି 

ନ ହେଲେ ବାହାନା କରିଣ ସେମାନେ 

    ସମ୍ପର୍କ ତୁଟାଇ ଥାନ୍ତି ।


ଏଇତ ଜୀବନ ଅଢେଇ ଦିନିଆ 

    କି ଅବା ଭରସା ତାକୁ

ଚକ୍ରଧର ଦ୍ୟନ୍ତି ଆଶ୍ରୟ ଯାହାକୁ ସେ

    ବନ୍ଧନ ଯୁଗ ଯୁଗକୁ ।


Rate this content
Log in

Similar oriya poem from Abstract